ହିଜାବକୁ ନେଇ ବଢ଼ୁଛି ରାଜନୀତି; ସେପଟେ ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ହିଜାବ ପ୍ରସଙ୍ଗ ଏକ ବଡ଼ ରାଜନୈତିକ ମୁଦ୍ଦା ହୋଇପାରେ !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୩ ମସିହାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେପଟେ ରାଜନୈତିକ ଦଳମାନେ ବର୍ତ୍ତମାନ ଠାରୁ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ହିଜାବ ପ୍ରସଙ୍ଗ ନ୍ୟାୟ ପାଇଁ ଲଢ଼ିବା ପରିବର୍ତ୍ତେ ଏହା ରାଜନୈତିକ ପ୍ରସଙ୍ଗ ପାଲଟିବାରେ ଲାଗିଛି । ଏହା ମଧ୍ୟରେ ଆସନ୍ତା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ହିଜାବ ଏକ ମୁଖ୍ୟ ପ୍ରସଙ୍ଗ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି ।

ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଭଳି ରାଜନୈତିକ ଦଳମାନେ କହୁଛନ୍ତି ଯେ, ୨୦୨୩ ମସିହାରେ ହେବାକୁ ଥିବା କର୍ଣ୍ଣାଟକ ବିଧାନଭା ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି । ୨୦୧୮ ମସିହା ବିଧାନସଭା ନିର୍ବାଚନରେ ବିଜେପି ଉଡୁପି ଜିଲ୍ଲାର ସମସ୍ତ ୫ଟି ସିଟ ଜିତିଛି । ଦକ୍ଷିଣ କନ୍ନଡ ଅଞ୍ଚଳରେ ୮ଟି ବିଧାନସଭା ସିଟ ମଧ୍ୟରୁ ୭ଟି ବିଜେପି ଖାତାକୁ ଯାଇଥିବାବେଳେ କଂଗ୍ରେସ ମାତ୍ର ଗୋଟିଏ ସିଟ ପାଇଥିଲା ।

Related Posts