ଭଗୱନ୍ତ ମାନଙ୍କ ବଡ଼ ଘୋଷଣା; ଏଣିକି ହାଟ୍ସଆପ ଜରିଆରେ କରିହେବ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବଡ଼ ଘୋଷଣା । ତେବେ ଭଗତ ସିଂହଙ୍କ ସହିଦ ଦିବସରେ ଦୁର୍ନୀତିକୁ ରୋକିବାକୁ ହେଲ୍ପଲାଇନ ନମ୍ବର ଜାରି କରାଯିବ ବୋଲି ମାନ ଘୋଷଣା କରିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । କାହିଁକିନା ଏଣିକି ପଞ୍ଜାବର ଲୋକମାନେ ହ୍ୱାଟ୍ସଆପ ଆପରେ ଦୁର୍ନୀତିର ଅଭିଯୋଗ ପଠାଇବାକୁ ସମର୍ଥ ହେବେ ।

ସେପଟେ ମୋର ବ୍ୟକ୍ତିଗତ ହ୍ୱାଟ୍ସଆପ ନମ୍ବର ସେଠାରେ ରହିବ । ଯଦି କେହି ଆପଣଙ୍କୁ ଲାଞ୍ଚ ମାଗନ୍ତି, ତାହାଲେ ଏହାର ଏକ ଭିଡିଓ କିମ୍ବା ଅଡିଓ ରେକର୍ଡିଂ କରନ୍ତୁ ଏବଂ ମୋ ପାଖକୁ ପଠାନ୍ତୁ । ଏହା ପରେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts