
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ଭାରତ ଭୁଲରେ ମିଶାଇଲ ପକାଇବା ଘଟଣାର ଚର୍ଚ୍ଚା ଥମିବାରେ ନାଁ ହିଁ ନେଉନି । ଏହା ମଧ୍ୟରେ ଏହି ଘଟଣାକୁ ସହଜରେ ହଜମ କରିପାରୁ ନାହିଁ ପାକିସ୍ତାନ । ଏପରିକି ଏନେଇ ଆମେରିକା ମଧ୍ୟ ଏହା ଅଜାଣତରେ ହୋଇଥିବା କହି ସାରିଛନ୍ତି । ପାକିସ୍ତାନ କିନ୍ତୁ ଏହାକୁ ମାନିବାକୁ ନାରାଜ । ତେବେ ପାକିସ୍ତାନୀ ବୈଦେଶିକ ବ୍ୟାପର କମିଟିର ସ୍ଥାୟୀ ସଦସ୍ୟ ଥିବା ସୀରୀ ରେହମାନ ଘଟଣାକୁ ନେଇ ପ୍ରଶ୍ନ ଉଠାଇଥିବାର ଦେଖିବାକୁ ମିଳିଛି । ପାକିସ୍ତାନରେ ଭାରତର ମିସାଇଲ ପଡିବା ବିପଦର ସଙ୍କେତ ଅଟେ । ଏହାର ଭୟଙ୍କର ପରିଣାମ ହୋଇପାରିଥାନ୍ତା । ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ଦେଶର ଶତ୍ରୁତା କମିବା ଦରକାର । ତେବେ ଭାରତର ଭୁଲକୁ ଅନ୍ତର୍ଜାତୀୟ ସମୁଦାୟ ଅଣଦେଖା କରିବା ଅନୁଚିତ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମିସାଇଲ ପାକିସ୍ତାନର ରାଜଧାନୀ ଇସଲାମାବାଦଠୁ ମାତ୍ର ୫୦୦ କିମି ଦୂରରେ ପଡିଛି ।
ଭାରତ ଆମେରିକା ଓ ଚୀନ ପରେ ପ୍ରତିରକ୍ଷା କ୍ଷେତ୍ରରେ ସବୁଠାରୁ ଅଧିକ ଅର୍ଥ ଖର୍ଚ୍ଚ କରେ । ତେବେ ଏତେ ବଡ ଅଘଟଣ କିପରି ଭୁଲରେ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଭାରତ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା ଉପରେ ପ୍ରଶ୍ୱ କରିଛି । ଏହା ପାକିସ୍ତାନ ପ୍ରତି ଭାରତର କିଛି ସନ୍ଦେଶ ହୋଇଥାଇପାରେ । ଏପରିକି ପାକିସ୍ତାନ ତରଫରୁ ଏପରି ଘଟଣା ଘଟିଥିଲେ ଅନ୍ତରାଷ୍ଟ୍ରୀୟ ସମୁଦାୟ କଣ ଚୁପ୍ ରହିଥାନ୍ତେ ବୋଲି ପାକିସ୍ତାନୀ ବୈଦେଶିକ ବ୍ୟାପର କମିଟିର ସ୍ଥାୟୀ ସଦସ୍ୟ ଥିବା ସୀରୀ ରେହମାନ କହିଛନ୍ତି । ସେପଟେ ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।