ବଢ଼ୁଛି ହିନ୍ଦୀ ବିବାଦ; ଅଭିନେତା ଅଜୟ ଦେବଗନଙ୍କ ବିିରୋଧରେ କର୍ଣ୍ଣାଟକର ସବୁ ଦଳ ଏକାଠି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଲିଉଡ ଅଭିନେତା ଅଜୟ ଦେବଗନ ଓ କନ୍ନଡ ଅଭିନେତା କିଚ୍ଚା ସଦୀପଙ୍କ ମଧ୍ୟରେ ରାଷ୍ଟ୍ରଭାଷା ହିନ୍ଦିକୁ ନେଇ ବୟାନବାଜି ଚାଲିଛି । ଏହା ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ସୁଦୀପଙ୍କ ପକ୍ଷରେ କଥା କହିଥିବାର ଦେଖିବାକୁ ମିଳିଛି । ତେବେ ଭାଷା ଭିତ୍ତିରେ ଆମ ରାଜ୍ୟ ଗଠିତ ହୋଇଛି । ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଇ ଆସୁଛି । ସୁଦୀପଙ୍କ ବକ୍ତବ୍ୟ ଠିକ ଓ ସମସ୍ତେ ତାକୁ ସମ୍ମାନ କରିବା ଉଚିତ । ଏହା ପୂର୍ବରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା କହିଥିଲେ, ହିନ୍ଦୀ କେବେ ବି ଆମର ରାଷ୍ଟ୍ରଭାଷା ନଥିଲା କି ଭବିଷ୍ୟତରେ ହୋଇପାରିନ ନାହିଁ । ପ୍ରତ୍ୟେକ ଭାରତୀୟଙ୍କ ଦାୟିତ୍ୱ ଦେଶର ଭାଷାଗତ ବିବିଧତାକୁ ସମ୍ମାନ ଦେବା । ପ୍ରତ୍ୟେକ ଭାଷାର ନିଜସ୍ୱ ସମୃଦ୍ଧ ଇତିହାସ ରହିଛି, ଯେଉଁଥିପାଇଁ ସେହି ଭାଷାଭାଷୀ ଲୋକାମାନେ ଗର୍ବ କରିପାରିବେ । ସେ ପୁଣି କହିଥିଲେ ଯେ, ସେ ଜଣେ କନ୍ନଡ ଓ କଂଗ୍ରେସୀ ଭାବେ ଗର୍ବିତ । କଂଗ୍ରେସ ହିଁ ଭାଷାଭିତ୍ତିକ ରାଜ୍ୟ ଗଠନ କରିଥିଲା । ଯାହାଦ୍ୱାରା କୌଣସି ଗୋଟିଏ ଭାଷା ଅନ୍ୟ ଭାଷା ଉପରେ ଆଧିପତ୍ୟ ବିସ୍ତାର କରିପାରିବ ନାହିଁ । ଏକ ପ୍ରଶ୍ନର ଯେଉଁ ଉତ୍ତର ଦେଇଥିଲେ ତାହାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା । ସେ କହିଥିଲେ ଯେ ହିନ୍ଦୀ ଆମର ରାଷ୍ଟ୍ରଭାଷା ନୁହେଁ ଏବଂ ବଲିଉଡ ସାରା ଦେଶ ପାଇଁ ଫିଲ୍ମ ତିଆରି କରିବା ଉଚିତ । ଅର୍ଥାତ ସେମାନଙ୍କର ଫିଲ୍ମଗୁଡ଼ିକୁ ଅନ୍ୟ ଭାଷାରେ ଡବିଂ କରାଯିବା ଦରକାର ।

ଏହାର ଉତ୍ତରରେ ଅଜୟ ଦେବଗନ ହିନ୍ଦୀରେ ଟ୍ୱିଟ କରି କହିଥିଲେ, ହିନ୍ଦୀ ଯଦି ରାଷ୍ଟ୍ରଭାଷା ନୁହଁ ତା’ ହେଲେ କନ୍ନଡ ଫିଲ୍ମକୁ କାହିଁକି ହିନ୍ଦୀରେ ଡବିଂ କରାଯାଉଛି ? ହିନ୍ଦି ଆମର ମାତଅଭାଷା ଓ ରାଷ୍ଟ୍ରଭାଷା ଥିଲା । ଅଛି ଓ ରହିବ । ଦେବଗନଙ୍କ ଟ୍ୱିଟ ପଢ଼ି କିଚ୍ଚା ସୁଦୀପ ଟିକେ ନରମିଥିଲେ । ସେ କହିଥିଲେ ଯେ ସେ ଭିନ୍ନ ପ୍ରସଙ୍ଗରେ ଏକ କଥା କହିଥିଲେ, ସେ ତର୍କ ବଢ଼େଇବାକୁ ଚାହୁନାହାନ୍ତି ଏବଂ ସେ ଦେବଗନଙ୍କୁ ସମ୍ମାନ କରନ୍ତି । ଏହା ପୋର ଅଜୟ ଦେବଗନ କହିଥିଲେ ଯେ ସେ ସମଗ୍ର ଫିଲ୍ମ ଇଣ୍ଡଷ୍ଟିକୁ ଗୋଟିଏ ବୋଲି ଭାବନ୍ତି । ଅନୁବାଦରେ କିଛି ମୌଳିକତା ହରେଇବାକୁ ପଡ଼େ । ବିବାଦକୁ ଏଇଠି ଶେଷ କରାଯାଉ । ତେବେ ବିବାଦକୁ ସେଇଠି ଛିଣ୍ଡିବାକୁ ନଦେଇ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡି ନେତା ଏଚଡି କୁମାରସ୍ୱାମୀ ସୁଦୀପଙ୍କ ପଟରେ ବାହାରିପଡ଼ିଲେ । ସେ କହିଲେ ଯେ ହିନ୍ଦୀ ରାଷ୍ଟ୍ରଭାଷା ନୁହେଁ ବୋଲି ସୁଦୀପ ଯାହା ଲେଖିଛନ୍ତି । ତାହା ଠିକ । ଅଜୟ ଦେବଗନ ନିଜର ବଡ଼ିମା ଦେଖାଉଛନ୍ତି । ବହୁଲୋକ ଗୋଟିଏ ଭାଷା ବ୍ୟବହାର କଲେ ବୋଲି ତାହା କେବେ ରାଷ୍ଟ୍ରାଭାଷା ହୋଇଯିବ ନାହିଁ । ତେଣୁ ଅଜୟ ଦେବଗନଙ୍କ କଥାରେ ସତ୍ୟତା କେଉଁଠି ଅଛି ? ସେ ପୁଣି କହିଥିଲେ ଯେ କନ୍ନଡ ସିମେମା ହିନ୍ଦୀ ଫିଲ୍ମ ଶିଳ୍ପୁ ଟପିବାକ ବସିଲାଣି । ଦେବଗନ ଏହା ଭୁଲିବା ଉଚିତ ନୁହେଁ ଯେ ତାଙ୍କ ପ୍ରଥମ ଫିଲ୍ମ ଔର କାଣ୍ଟେ ବେଙ୍ଗାଲୁରୁରେ ବର୍ଷେ କାଳ ଚାଲିଥିଲା ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts