ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁରୁବାର ଦିନ ଆରମ୍ଭ ହୋଇଛି ବୋଲବମ୍ ଯାତ୍ରା। ଏହି ଯାତ୍ରାରେ ଉଗ୍ରବାଦୀମାନେ ଆକ୍ରମଣ କରିବାର ଆଶଙ୍କା କରିଛି ଗୃହ ମନ୍ତ୍ରଣାଳୟ। ସେଥିପାଇଁ ବୋଲ୍‌ ବମ୍‌ ଯାତ୍ରା କରୁଥିବା ‘କାଉଡ଼ିଆ’ମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଠୋର କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରାମାନଙ୍କୁ ନିର୍ଦ୍ଦେଶ ଦେଇଛି।’ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ’ ରିପୋର୍ଟକୁ ଭିତ୍ତିକରି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ସମେତ କିଛି ରାଜ୍ୟକୁ ଏହି ନିର୍ଦେଶନାମା ଜାରି କରାଯାଇଛି।ବିପଦର ଆଶଙ୍କା ଥିବାରୁ ରେଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି ‘ରେଲ୍‌ୱେ ବ‌ୋର୍ଡ’କୁ ମଧ୍ୟ ନିର୍ଦେଶ ଦିଆଯାଇଛି। ‘ବୋଲବମ୍ ଯାତ୍ରା’ ବେଳେ ଯେକୌଣସି ପ୍ରକାରର ବିପଦର ମୁକାବିଲା କରିବା ଲାଗି ବହୁସଂଖ୍ୟକ ପୁଲିସ ମୁତୟନ କରିବାକୁ ଗୃହ ମନ୍ତ୍ରଣାଳୟ କହିଛି।

ସୂଚନା ଅନୁସାରେ କୋଭିଡ୍‌-୧୯ ମହାମାରୀ ଯୋଗୁଁ ବନ୍ଦ ଥିବା ‘ବୋଲବମ୍ ଯାତ୍ରା’ ୨ ବର୍ଷର ବ୍ୟବଧାନ ପରେ ଚଳିଚ ସପ୍ତାହର ଗୁରୁବାର ଦିନ ଆରମ୍ଭ ହୋଇଛି।