ରାଜ୍ୟରେ ଦୈନନ୍ଦିନ ୯ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି, ଶ୍ୱେତପତ୍ର ଜାରି କରି ସୂଚନା ଦେଲା ଗୃହ ବିଭାଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଛି ମହିଳା ନିର୍ୟାତନା ଘଟଣା । ମହିଳାଙ୍କ ସୁରକ୍ଷାକୁ ନେଇ ଅନେକବାର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଉ ଏସବୁ ଭିତରେ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଶ୍ୱେତପତ୍ରରୁ ମିଳିଛି ସାଂଘାତିକ ତଥ୍ୟ । ରାଜ୍ୟରେ ଦୈନିକ ହାରାହାରି ୯ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ଶ୍ୱେତପତ୍ରରୁ ସାମ୍ନାକୁ ଆସିଛି । ଗୃହ ବିଭାଗର ଶ୍ୱେତପତ୍ର ଅନୁସାରେ ୨୦୨୧ ବର୍ଷରେ ମୋଟ ୩୩୨୭ଟି ଦୁଷ୍କର୍ମ ମାମଲା ପଞ୍ଜିକରଣ ହୋଇଥିଲା । ପଞ୍ଜିକରଣ ହୋଇଥିବା ୩୩୨୭ଟି ଦୁଷ୍କର୍ମ ମାମଲାରୁ ୩୨୪୪ଟି ମାମଲା ସତ୍ୟ ଅଟେ । ଏହାସହ ବର୍ଷ ଶେଷ ସୁଦ୍ଧା ୨୩୩୫ଟି ମାମଲାର ଚାର୍ଜ ସିଟ ଦାଖଲ କରାଯାଇଥିବା ନେଇ ଶ୍ୱେତପତ୍ରରେ ପ୍ରକାଶ ପାଇଛି ।

ସେହିଭଳି ୨୦୨୧ ମସିହାରେ ରାଜ୍ୟରେ ଦୁର୍ଘଟଣା ସଂଖ୍ୟା ମଧ୍ୟ କିଛି କମ ନୁହେଁ । ବର୍ଷ ଶେଷସୁଦ୍ଧା ୧୦୯୮୩ଟି ମୋଟରଯାନ ଦୁର୍ଘଟଣା ମାମଲା ରୁଜୁ ହୋଇଥିବା ବେଳେ ଦୈନିକ ହାରାହାରି ପ୍ରାୟ ୩୦ଟି ଦୁର୍ଘଟଣା ମାମଲା ସାମ୍ନାକୁ ଆସୁଛି । ଏହି ସମସ୍ତ ମାମଲାରୁ ୧୦୯୦୯ଟି ମାମଲା ସତ୍ୟ ହୋଇଥିବା ବେଳେ ବର୍ଷ ଶେଷ ସୁଦ୍ଧା୭୧୦୮ଟି ମାମଲାର ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।ଏହାବାଦ୍ ୨୦୨୧ରେ ୨୨୨୦ଟି ଦଙ୍ଗା ମାମଲା ରୁଜୁ ହୋଇଥିବା ବେଳେ ଏହାମଧ୍ୟରୁ ୨୧୫୫ଟି ମାମଲା ସତ୍ୟ ଅଟେ ।

Related Posts