ପଶ୍ଚିମବଙ୍ଗର ବୀରଭୂମ ଅଞ୍ଚଳରେ ଭୟଂକର ଦୁର୍ଘଟଣା: ବସ୍ ସହ ଧକ୍କା ହେଲା ଅଟୋ, ୮ ମୃତ

କୋଲକାତା: ପଶ୍ଚିମବଙ୍ଗରେ ଅଘଟଣ । ବସ୍ ସହ ଧକ୍କା ଖାଇଲା ଅଟୋ ଫଳରେ ଚାଲିଗଲା ୮ ଜୀବନ। ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ବୀରଭୂମ ଅଞ୍ଚଳରେ ଏକ ଅଟୋ ସହ ବସ ଧକ୍କା ଖାଇବାରୁ ୮ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ୮ଜଣ ମୃତକ ଅଟୋରେ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି।

ବୀରଭୂମର ମଲ୍ଲାରପୁର ଅଞ୍ଚଳରେ ଥିବା ରାଜ୍ୟ ରାଜପଥରେ ଏହି ଘଟଣା ଘଟିଛି। ପୁଲିସ ସୂତ୍ର ଅନୁସାରେ, ଏକ ସରକାରୀ ବସ୍ ଏବଂ ଏକ ଅଟୋ ରିକ୍ସା ମୁହାଁମୁହିଁ ଧକ୍କା ହୋଇଥିଲା ଯେଉଁଥିରେ ଅଟୋ ରିକ୍ସାରେ ବସିଥିବା ୮ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ତେବେ ୮ଜଣଙ୍କର ମୃତ୍ୟୁ ହୋଇଥିଲେ ବି ଦୁର୍ଘଟଣା କିଭଳି ଏବଂ କେଉଁ କାରଣରୁ ଘଟିଥିଲା, ତାହା ଜଣାପଡ଼ିନାହିଁ । ମୃତ ୮ଜଣ କେଉଁଠୁ ଆସୁଥିଲେ ଏବଂ କେଉଁଠାକୁ ଯାଉଥିଲେ, ଏ ସୂଚନା ମଧ୍ୟ ପୁଲିସକୁ ମିଳିନଥିବା ବେଳେ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି।

ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ।

Related Posts