ଇରାନୀଙ୍କୁ ବିବାହ କରି ସ୍ମୃତି ଇରାନୀ କିଭଳି କଟ୍ଟର୍ ହିନ୍ଦୁ ହେଲେ ?: ଦିଗବିଜୟ ସିଂହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ୧୫୦ ଦିନର ‘ଭାରତ ଯୋଡ଼ୋ ଯାତ୍ରା’ରେ ବାହାରିଛି କଂଗ୍ରେସ। ଅନ୍ୟପକ୍ଷରେ ଏହି ଯାତ୍ରାକୁ ନେଇ କଂଗ୍ରେସକୁ ଲଗାତାର ଭାବେ ଟାର୍ଗେଟ କରୁଛି ବିଜେପି। କଂଗ୍ରେସ ମଧ୍ୟ ଏହାର ଦୃଢ ଜବାବ ଡେଉଛି। ଦୁଇ ଦଳଙ୍କ ମଧ୍ୟରେ ଟ୍ୱିଟରରେ ଜୋରଦାର ଆରୋପ ପ୍ରତ୍ୟାରୋପ ହେଉଛି। ବିଜେପି ଗାନ୍ଧୀ ପରିବାରକୁ ଟାର୍ଗେଟ କରୁଥିବା ବେଳେ କଂଗ୍ରେସ ମଧ୍ୟ ବିଜେପି ଉପରେ ଦୁଇ ଗୁଣା ଆକ୍ରାମକ ବୟାନ ଦେଉଛି। ଏହାରି ଭିତରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବେଙ୍ଗାଲୁରୁରେ ଏକ ରାଲିରକୁ ସମ୍ବୋଧିତ କରୁଥୁବା ସମୟରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ବିଜେପି ନେତ୍ରୀ ସ୍ମୃତି ଇରାନୀ ଏହି ସମୟରେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ ସମୟରେ କନ୍ୟାକୁମାରୀରେ ଥିବା ବିବେକାନନ୍ଦଙ୍କ ରୋକ୍‌ ମେମୋରିଆଲ ଯାଇନାହାନ୍ତି। ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଥିଲେ ଯେ ସ୍ୱାଧୀନତା ସଂଗ୍ରାମୀ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାକୁ କଂଗ୍ରେସ ପସନ୍ଦ କରୁନାହିଁ। ଏବେ ସ୍ମୃତି ଇରାନୀଙ୍କ ଏହି ବୟାନକୁ ନେଇ କଂଗ୍ରେସ ଇରାନୀଙ୍କ ଉପରେ ବର୍ଷିଛି।

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ସ୍ମୃତି ଇରାନୀଙ୍କୁ ଏକ ପ୍ରଶ୍ନ କରିଛନ୍ତି। ଦିଗବିଜୟ ସିଂହ ଟ୍ୱିଟରରେ ଜଣେ ୟୁଜରଙ୍କ ଟ୍ୱିଟ୍‌ରେ ରିପ୍ଲେ ଦେଇ ପ୍ରଶ୍ନ କରିଛନ୍ତି, ଯଦି ସୋନିଆ ଗାନ୍ଧୀ ଭାରତୀୟଙ୍କୁ ବିବାହ କରି ତାଙ୍କୁ ଇଟାଲିଆନ କୁହାଯାଉଛି। ତେବେ ଇରାନୀଙ୍କୁ ବିବାହ କରି ସ୍ମୃତି ଇରାନୀ କେଉଁଭଳି କଟ୍ଟର୍ ହିନ୍ଦୁ ହୋଇପାରିଲେ? ତେବେ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଏହି ପ୍ରଶ୍ନର ଜବାବ ବିଜେପି ପକ୍ଷରୁ କିମ୍ୱା ସ୍ମୃତି ଇରାନୀଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇନାହିଁ।

Related Posts