ସାବିତ୍ରୀ ବ୍ରତ ଦିନ ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ଗାଁରେ ଘଟିଛି ଏକେ ଅଭାବନୀୟ ଘଟଣା | ସାବିତ୍ରୀବ୍ରତ ଦିନ ସ୍ୱାମୀ ଘଟାଇଛି ଏକ ଜଘନ୍ୟ କାଣ୍ଡ | ସ୍ୱାମୀର ଦୀର୍ଘ ନିରାମୟ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିବା ବେଳେ, ସ୍ୱାମୀ ସାଥ ଜନମର ସାଥୀଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି |

ମୃତ ମହିଳା ଜଣଙ୍କ ହେଲେ ଲିପି ବେହେରା। ଅଭିଯୁକ୍ତ ସ୍ୱାମୀ ବସନ୍ତ ବେହେରାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ଲିପି ଓ ବସନ୍ତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ବସନ୍ତ ଉତ୍‌କ୍ଷିପ୍ତ ହୋଇ ଘରେ ଥିବା ଟାଙ୍ଗିଆ ଆଣି ସ୍ତ୍ରୀକୁ ନିର୍ମମ ଭାବେ ହାଣି ପକାଇଥିଲେ। ଘଟଣାସ୍ଥଳରେ ଲିପିଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Related Posts