ଅନୁଗୁଳ ଗସ୍ତ ଅବସରରେ ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ଦିନିକିଆ ଅନୁଗୁଳ ଗସ୍ତ ଅବସରରେ ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୨୪୨ କୋଟିର ଋଣ ଡିଜିଟାଲ୍ ଲଞ୍ଚିଂ କରିଛନ୍ତି। ଏହାଦ୍ବାରା ୭୫ ହଜାରରୁ ଅଧିକ ମହିଳା ଉପକୃତ ହେବେ। ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ସଭାରେ ଏସଏଚଜି ସଦସ୍ୟାମାନେ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଂଗ୍ରାମ ଅନୁଗୁଳ ମାଟିକୁ ଗୌରବାନ୍ବିତ କରିଛି। ଶିଳ୍ପ କ୍ଷେତ୍ରରେ ଅନୁଗୁଳ ଜିଲ୍ଲା ଢେର୍ ଆଗୁଆ। ଏହାର ବିକାଶ ଲାଗି ୮୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଜିଲ୍ଲାର ୪୮ ଟି ପଞ୍ଚାୟତର ପାନୀୟ ଜଳଯୋଗାଣ ଲାଗି ସରକାର ୩୫୦ କୋଟିର ବ୍ୟବସ୍ଥା କରିଛନ୍ତି। ଏହାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରି ମିଳିଛି। ଏହାଛଡ଼ା ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣର ବ୍ୟବସ୍ଥା କରାଯାଉଛି ବୋଲି ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ବହୁ ପ୍ରତିକ୍ଷିତ ଅନୁଗୁଳ ବସଷ୍ଟାଣ୍ଡ, ପାଲଲହଡ଼ାରେ ମହିଳା ଓ ଶିଶୁଙ୍କ ଚିକିତ୍ସା ପାଇଁ ନୂଆ ଡାକ୍ତରଖାନା, ତାଳଚେର ପୌରପାଳିକା ଅଧୀନରେ ନିର୍ମାଣ ହୋଇଥିବା ହେରିଟେଜର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଉଦବୋଧନ ଦେଇଥିଲେ।

Related Posts