ଦିଶାଙ୍କୁ ନ୍ୟାୟ ଦେଇଥିବା ବର୍ଦ୍ଦିକୁ ସଲାମ: ପୋଲିସ ଉପରେ ଫୁଲ ବର୍ଷା କଲେ ଲୋକେ

ହଇଦ୍ରାବାଦର ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ଟଳିବା ପରେ ସାରା ଦେଶରେ ତେଲଙ୍ଗାନା ପୋଲିସକୁ ମିଳୁଛି ପ୍ରଶଂସା । ପୋଲିସର ଏନକାଉଣ୍ଟର ପରେ ହଇଦ୍ରାବାଦର ଲୋକମାନେ ଖୁସୀ ଅଛନ୍ତି । ଏପରିକି ସେଠାକାର ମହିଳାମାନେ, ପୁଲିସକର୍ମୀଙ୍କୁ ରାକ୍ଷୀ ବାନ୍ଧିଥିବା ଖବର ସାମ୍ନାକୁ ଆସିଛି । ଯେଉଁ ସ୍ଥାନରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଥିଲା ସେହି ସ୍ଥାନରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଏହା ପରେ ଉକ୍ତ ସ୍ଥାନରେ ଲୋକମାନେ ଭିଡ଼ ଜମାଇ ହାଇଦ୍ରାବାଦ ପୋଲିସ ଅଫିସରଙ୍କ ଉପରେ ଫୁଲ ବର୍ଷା କରିବା ସହ  ବାଣ ଫୁଟାଇ ଉତ୍ସବ ପାଳନ କରୁଛନ୍ତି । ଦିନକ ଆଗରୁ ଯେଉଁ ପୁଲିସର ପାରିବା ପଣିଆ ଉପରେ ଲୋକମାନେ ପ୍ରଶ୍ନ ଉଠାଇଥିଲେ ଆଜି ସେମାନେ ପୋଲିସର ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

Related Posts