ହାଇଦ୍ରାବାଦ ଏନ୍‌କାଉଣ୍ଟର ପରେ ପୀଡ଼ିତାଙ୍କ ବାପାଙ୍କ ପ୍ରତିକ୍ରିୟା: କହିଲେ ଏବେ ଝିଅର ଆତ୍ମା ଶାନ୍ତି ପାଇବ

(ସତ୍ୟପାଠ ବ୍ୟୁରୋ): ହାଇଦ୍ରାବାଦର ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟରେ ନିହତ ପରେ ପୀଡ଼ିତାଙ୍କ ବାପା ଓ ମାଆ ଆଶା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ମାଆ ଆଶା ଦେବୀ କହିଛନ୍ତି, ମୁଁ ଆଜି ବହୁତ ଖୁସି ଅନୁଭବ କରୁଛି । କାରଣ ପୋଲିସ ଏକ ମହାନ କାମ କରିଛି । ଏହା ସହ ଏନ୍‌କାଉଣ୍ଟର କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ସେ ଦାବି କରିଛନ୍ତି । ସେହିପରି ପୀଡ଼ିତାଙ୍କ ବାପା କହିଛନ୍ତି, ଝିଅ ମୃତ୍ୟୁର ୧୦ ଦିନ ପରେ ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟରରେ ନିହତ କରିଥିବାରୁ ମୋ ଝିଅର ଆତ୍ମା ଏବେ ଶାନ୍ତି ପାଇବ ।  ପୋଲିସ ଓ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୀଡ଼ିତାଙ୍କ ବାପା ।

Related Posts