ମୁଁ ଜଣେ ଓକିଲ, ଯେକୌଣସି ସମୟରେ ମୁଁ ହାଇକୋର୍ଟରେ ଓକିଲାତି ପ୍ରାକ୍ଟିସ କରିପାରିବି : ମମତା ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଁ ଜଣେ ଓକିଲ, ମୁଁ ଯେକୌଣସି ସମୟରେ ହାଇକୋର୍ଟରେ ଓକିଲାତି ପ୍ରାକ୍ଟିସ କରିପାରିବି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ କଲିକତା ହାଇକୋର୍ଟ ସେକ୍ରେଟେରିଏଟର ନୂଆ ବିଲଡିଂ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ମମତା। ମମତା କହିଛନ୍ତି ମୁଁ ହାଇକୋର୍ଟ ବାରକାଉନସିଲରେ ମେମ୍ବର ଅଛି। ମୁଁ ମଧ୍ୟ ଅତୀତରେ କିଛି ମାନବିକ ଅଧିକାର ମାମଲା ଲଢ଼ିଛି ବୋଲି ମମତା କହିଛନ୍ତି।

ଏହାସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମମତା ମିଡିଆ ଟ୍ରଏଲକୁ ଅନୁମତି ନ ଦେବାକୁ କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି। ସେହିପରି ବିଚାର ବିଭାଗରେ ଅଧିକ ମହିଳାଙ୍କୁ ସୁଯୋଗ ଏବଂ ପଡ଼ିରହିଥିବା ମାମଲା ଗୁଡ଼ିକୁ ସମାଧାନ କରିବା ଦିଗରେ ସେ ଜୋର ଦେଇଥିଲେ। ବିଶେଷ କରି ବିବାରବିଭାଗରେ ପଡ଼ିରହିଥିବା ଶହ ଶହ ମାମଲାର ତ୍ୱରିତ ବିଚାର କରିବା ପାଇଁ ସେ ଅନୁରୋଧ କରିଥିଲେ। ସେହିପରି ହାଇକୋର୍ଟରେ ଅଧିକ ମହିଳା ବିଚାରପତିଙ୍କୁ ନିଯୁକ୍ତି ଦେବାକୁ ସେ ଗୁରୁତ୍ୱ ଦେଇଥିଲେ। ମମତା କହିଛନ୍ତି ।

ସେହିପରି ମମତା କହିଛନ୍ତି ମିଡିଆ ଟ୍ରାଏଲ ଦେଶ ପାଇଁ ବିପଦ। ଅନେକ ସମୟରେ ମିଡିଆ ବିଭ୍ରାନ୍ତି କରୁଛି। ତେଣୁ ଏହି ମିଡିଆ ଟ୍ରାଏଲକୁ ଅନୁମତି ନଦେବାକୁ ମମତା କହିଥିଲେ। ଗଣତନ୍ତ୍ରରେ ଯଦି ଗୋଟିଏ ସ୍ତମ୍ବ ବିଶ୍ୱସନୀୟତା ହରାଏ , ଅନ୍ୟମାନେ ମଧ୍ୟ ନିଜର ବିଶ୍ୱସନୀୟତା ହରାନ୍ତି। ନ୍ୟାୟପାଳିକା ହେଉଛି ଗଣତନ୍ତ୍ରର ଏକ ସ୍ତମ୍ବ। ତେଣୁ ନ୍ୟାୟ ପ୍ରଦାନରେ ପକ୍ଷପାତ କରାଯାଏନି। ଯେତେବେଳେ ଲୋକେ ସମସଙ୍କ ଉପରେ ଭରଷା ତୁଟାଇ ଦିଅନ୍ତି ସେତେବେଳେ ସେମାନେ ନ୍ୟାୟଳୟର ଦ୍ବାରସ୍ଥ ହୋଇଥାନ୍ତି ବୋଲି ମମତା କହିଛନ୍ତି।

Related Posts