‘ମୁଁ ଜୀବିତ’; ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ୍‌ କରି କହିଲେ ମଡେଲ୍‌ ପୁନମ୍‌ ପାଣ୍ଡେ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ଜୀବିତ। ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଦ୍ୱାରା ସେ ଜୀବିତ ଥିବା ସ୍ପଷ୍ଟ କରିଛନ୍ତି। ଜୀବିତ ଥିବା ନେଇ ଇନଷ୍ଟାଗ୍ରାମରେ ଭିଡିଓ ଜାରି କଲେ। ସର୍ଭିକାଲ କ୍ୟାନ୍‌ସର ସଚେତନତା ପାଇଁ ଏପରି କରିଥିବା କହିଲେ।

https://www.instagram.com/reel/C24C5DCtyRU/?utm_source=ig_web_copy_link&igsh=MzRlODBiNWFlZA==

ଗତକାଲି ପୁନମ ପାଣ୍ଡେଙ୍କ ଦେହାନ୍ତ ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏପରିକି ସର୍ଭିକାଲ କ୍ୟାନସରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଖବର ଆସିଥିଲା। ପୁନମଙ୍କ ମ୍ୟାନେଜର ଓ ପରିବାର ପକ୍ଷରୁ ମଧ୍ୟ ପୁନମଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା। କିନ୍ତୁ ଆଜି ପୁନମ ନିଜେ ଏଭଳି ଖବରକୁ ଖଣ୍ଡନ କରିଛନ୍ତି ।

ତେବେ ପୁନମଙ୍କ ଏହି ଭିଡିଓ ଜାରି ହେବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କ ପୋଷ୍ଟ୍‌ରେ ବିଭିନ୍ନ ପ୍ରକାରର କଥା ଲେଖୁଛନ୍ତି। କେବଳ ଚର୍ଚ୍ଚାରେ ରହିବା ପାଇଁ ଏପରି ଏକ କାଣ୍ଡ କରିବା ଅନୁପଯୋଗୀ ବୋଲି ସାମାଜିକ ଗଣମାଧ୍ୟମରେ ମତ ପ୍ରକାଶ ପାଉଛି।

Related Posts