” ଉତ୍ତରାଖଣ୍ଡରେ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ଏଥିପାଇଁ ମୁଁ ଈଶ୍ୱର ଓ ମା’ ଗଙ୍ଗାଙ୍କ ନିକଟରେ ପ୍ରାର୍ଥନା କରୁଛି ” : ହରିଶ ରାୱତ

ସତ୍ୟପାଠ ବ୍ୟୁରୋ(ଭୁବନେଶ୍ୱର): ଦଳିତଙ୍କୁ ନେଇ ବର୍ତ୍ତମାନ ସାରା ଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି । କିଛି ଦିନ ପୂର୍ବରୁ ଗୁଜରାଟରେ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ବେଳେ ବର୍ତ୍ତମାନ ପଞ୍ଜାବରେ ମଧ୍ୟ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି । ଦଳୀତମାନଙ୍କୁ ନେଇ ବର୍ତ୍ତମାନ ରାଜନୀତି ସାରା ଦେଶରେ ଜୋରଦାର ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଦଳିତଙ୍କୁ ନେଇ ହରିଶ ରାୱତ ବଡ଼ ବୟାନ ଦେଇଛନ୍ତି । ତେବେ ଜଣେ ଦଳିତଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା ପାଇଁ ଚାହୁଁଛନ୍ତି ବୋଲି ଉତ୍ତରପ୍ରଦେଶ ପାଇର୍ କଂଗ୍ରେସ ଅଭିଯାନ ଦାୟିତ୍ୱରେ ଥିବା ହରିଶ ରାୱତ କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ଏହାକୁ ଲକ୍ଷ ରଖି ତାଙ୍କ ଦଳ କାମ କରୁଛି ବୋଲି କହିଛନ୍ତି । ଦଳର ପରିବର୍ତ୍ତନ ଯାତ୍ରା ସମୟରେ ହରିଦ୍ୱାରର ଲସକରରେ ଏକ ଜନସଭାକୁ ଉଦବୋଧନ ଦେବା ସମୟରେ ରାୱତ ଏପରି କହିଥିବାର ସୂଚନା ମିଳିଛି । ଏହା ସହ ଉତ୍ତରାଖଣ୍ଡରେ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ଏଥିପାଇଁ ମୁଁ ଈଶ୍ୱର ଓ ମା ‘ ଗଙ୍ଗାଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ରାୱତ କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

ତେବେ ଆଜୀବନ ଗୋବରରେ କାମ କରୁଥିବା ଜଣେ ମହିଳାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ ଆସନ ଦେଇ କଂଗ୍ରେସ କେବଳ ପଞ୍ଜାବ ନୁହେଁ ବରଂ ସମଗ୍ର ଉତ୍ତର ଭାରତରେ ଇତିହାସ ରଚିଛି । ଏହା ସହ ଯେତେବେଳେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ତାଙ୍କ ଗରିବ ପରିବାର ସମ୍ପର୍କରେ କହିଥିଲେ ସେତେବେଳେ ଆମ ଆଖିରେ ଲୁହ ଆସିଯାଇଥିଲା । ତେଣୁ ଜଣେ ଦଳିତଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରିବାରୁ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ରାୱତ କହିଛନ୍ତି ।

Related Posts