
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗିରଫ କରିବା ପରେ ସମଗ୍ର ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ହେବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବଡ଼ ବୟାନ ଦେଇଥିôବାର ଦେଖିବାକୁ ମିଳିଛି । ତେବେ ‘ଏହା ସଂପୂର୍ଣ୍ଣ ନକଲି ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଇଛି। ଯଦି ଏ ଘଟଣାରେ ଟିକେ ବି ସତ୍ୟତା ଥାଆନ୍ତା ତେବେ ମୁଁ ନିଜେ ହିଁ ସତ୍ୟେନ୍ଦ୍ରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ବ୍ୟକ୍ତିଗତ ଭାବେ ମାମଲାର ତଦନ୍ତ କରି ଜାଣିବାକୁ ପାଇଲି ଯେ ଏଥିରେ ଟିକେ ବି ସତ୍ୟତା ନାହିଁ ବୋଲି କହିଛନ୍ତି ।
ସେପଟେ ପାଖାପାଖି ୧.୬୦ କୋଟି ଟଙ୍କା ହେରଫେର ମାମଲା ନେଇ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍(ସିବିଆଇ) ଜୈନ୍ଙ୍କ ବିରୋଧରେ ୨୦୧୭ରେ ଏକ ମାମଲା ରୁଜୁ କରିଥିଲା। ପରେ ସିବିଆଇର ଏଫ୍ଆଇଆର୍କୁ ଭିତ୍ତି କରି ଇଡି ତଦନ୍ତ ଆରମ୍ଭ କରିଥିଲା। ସତ୍ୟେନ୍ଦ୍ର ଜୈନ୍ ଆପ୍ର ଇନ୍-ଚାର୍ଜ ଥିବା ହେତୁ ଆଗାମୀ ହିମାଚଳ ପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଗିରଫ କରାଯାଇଛି ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ଟ୍ବିଟ୍ ଯୋଗେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।