ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗମରମ ହୋଇ ଉଠିଛି । ଏହା ମଧ୍ୟରେ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀ ଆସନ୍ତା କାଲି ଅପରାହ୍ନ ୩ ଟାରେ ଏକ ବୈଠକ ଡାକିଛନ୍ତି। ହେଲେ ବୈଠକ ପୂର୍ବରୁ ହିଁ ମମତା ବାର୍ନାଜୀଙ୍କୁ ବଡ଼ ଝଟକା ମିଳିଛି । ବୈଠକରେ ଟିଆରଏସ ଓ ଆପ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏଥିସହିତ ଏଆଇଏମଆଇଏମ୍ ମୁଖ୍ୟ ଆସାଦୁଦ୍ଦିନ ଓୱାଇସି ମଧ୍ୟ କହିଛନ୍ତି ଯେ ଟିଏମସିର ନିମନ୍ତ୍ରଣ ଆସିଥିଲେ ମଧ୍ୟ ସେ କଂଗ୍ରେସ ହେତୁ ଏହି ବୈଠକକୁ ଯିବେ ନାହିଁ ବୋଲି କହିଛନ୍ତି । ଏହା ସହ ମୋତେ ଏହି ବୈଠକକୁ ଡକାଯାଇ ନାହିଁ ।
କିନ୍ତୁ ଯଦି ଡାକରା ହୋଇଥିଲେ ମଧ୍ୟ ମୁଁ ଯାଇ ନ ଥାନ୍ତି । ଏହାର କାରଣ ହେଉଛି କଂଗ୍ରେସ ବୋଲି କହିଛନ୍ତି । ଅନ୍ୟପଟେ ବିଜେପିକୁ ପରାସ୍ତ କରିବା ପାଇଁ ମମତା ବାନାର୍ଜୀଙ୍କ ସହ ସମ୍ପର୍କ ବଢ଼ିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ଆଜିର ବୈଠକରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛି ଏବଂ କଂଗ୍ରେସକୁ ଏହି ବୈଠକକୁ ନିମନ୍ତ୍ରଣ କରାଯିବା ଉପରେ ଦୃଢ଼ ବିରୋଧ କରିଛି। ଟିଆରଏସ ଖୋଲାଖୋଲି ଭାବେ କହିଛି ଯେ କଂଗ୍ରେସ ସହିତ କୌଣସି ପ୍ଲାଟଫର୍ମ ସେୟାର କରିବାର ପ୍ରଶ୍ନ ନାହିଁ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ୁଚଳଚଞ୍ଚଳ ହୋଇ ଉଠିଛି ।
