ବିଧାୟକ ବାବୁଲ ସୁପ୍ରିଓଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର କଲେ ମମତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାବୁଲ ସୁପ୍ରିଓଙ୍କୁ ମିଳିଲା ବଡ଼ ଦାୟିତ୍ୱ । ସୁପ୍ରିଓଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର କଲେ ମମତା । ତେବେ ତୃଣମୂଳ କଂଗ୍ରେସ ବିଧାୟକ ବାବୁଲ ସୁପ୍ରିଓଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର କରାଯାଇଛି। ନୂଆ ଦାୟିତ୍ୱ ପାଇଁ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି। । ସୁପ୍ରିଓ ଦେଶର ଜଣେ ଜଣାଶୁଣା ଚେହେରା।

ସେ ଦଳର ଆଭିମୁଖ୍ୟ ଏବଂ ନୀତିକୁ ଜାତୀୟସ୍ତରରେ ପହଞ୍ଚାପାରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏପରି କି ପଶ୍ଚିମବଙ୍ଗ ବାହାରେ ଟିଏମ୍‌ସିକୁ ମଜଭୂତ କରିବା ପାଇଁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts