ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏକ କାର୍ଯ୍ୟକ୍ରମ ଯୋଗଦେଇ ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଦଳ ର ସାଂସଦ ମହୁଆ ମୋଇତ୍ରା ଙ୍କ ବିବାଦୀୟ ବୟାନ ଉପରେ କହିଛନ୍ତି ” ମଣିଷ ମାତ୍ରେ ଭୁଲ ହୋଇଥାଏ ଆମେ କାମ କରିବା ସମୟରେ ଭୁଲ୍ କରିଥାଉ ଆଉ ଆମେ ସେଗୁଡିକୁ ସଂଶୋଧନ ମଧ୍ୟ କରିପାରିବା।

ନକାରାତ୍ମକ ଆମ ମସ୍ତିଷ୍କ କୋଷ କୁ ପ୍ରଭାବିତ କରେ ତେଣୁ ଆସନ୍ତୁ ସକାରାତ୍ମକ ହୋଇ ଚିନ୍ତା କରିବା। କଲିକତା ରେ ଏକ ଚ୍ୟାନେଲ ର କାର୍ଯ୍ୟକ୍ରମ ରେ ମା କାଳୀ ଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା କୁ ଆସିଥିଲେ ଓ ତାଙ୍କ ନାମ ରେ ଏକାଧିକ FIR ମଧ୍ୟ ହୋଇସାରିଛି। ତାଙ୍କୁ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛି ଓ ଦେଶର ବିଭିନ୍ନ ସ୍ଥାନ ରେ ତାଙ୍କ ନାମ ରେ FIR ମଧ୍ୟ ଦେଇଛି।