ନୂଆଦିଲ୍ଲୀ : ଅନେକ ସମୟରେ ଚର୍ଚ୍ଚାରେ ରହି ଆସୁଥିବା ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଚେୟାରମ୍ୟାନ ତଥା ଦେଶର ଜଣାଶୁଣା ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଏବେ ତାଙ୍କର ଏକ ଟ୍ୱିଟ୍‌ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏହି ଟ୍ୱିଟ୍‌ ତାଙ୍କୁ ଚର୍ଚ୍ଚାର ପରିସର ମଧ୍ୟକୁ ଟାଣି ଆଣିଛି । ତେବେ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ଟ୍ୱିଟ୍‌ରେ ରିଟ୍ୱିଟ୍‌ କରି ‘ ମୁଁ ସବୁଠୁ ଧନୀ କେବେବି ହେବିନି’ ବୋଲି ଉଲ୍ଲେଖ କରିଛନ୍ତି। ତେବେ ସେ ଏହା କାହିଁକି କହିଛନ୍ତି ସେ ସମ୍ପର୍କରେ ମଧ୍ୟ ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହୁଥିବା ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କୁ ଜଣେ ଟ୍ୱିଟର ୟୁଜର ଏକ ପ୍ରଶ୍ନ କରିଥିଲେ, ଯାହାର ସେ ଚମତ୍କାର ବୟାନ ଦେଇଛନ୍ତି। ବିକ୍ରାନ୍ତ ସିଂହ ନାମକ ଜନୈକ ୟୁଜର ଆନନ୍ଦ ମହିନ୍ଦ୍ରାଙ୍କୁ ଆପଣ ଦେଶର ଧନୀକଙ୍କ ସୂଚୀର ୭୩ ତମ ସ୍ଥାନରେ ଅଛନ୍ତି ୧ ନମ୍ବରକୁ କେବେ ଆସିବେ ବୋଲି ପ୍ରଶ୍ନ କରିଥିଲେ। ଏହି ଟ୍ୱିଟ୍‌ରେ ରିଟ୍ୱିଟ୍‌ କରି ଆନନ୍ଦ ମହିନ୍ଦ୍ରା ତାଙ୍କ ମନର କଥା ଉଲ୍ଲେଖ କରିଛନ୍ତି। ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟଚକିତ କରିବ।

ଆନନ୍ଦ ମହିନ୍ଦ୍ରା ୟୁଜରଙ୍କ ଟ୍ୱିଟ୍‌ର ଜବାବ ଦେଇ ଉଲ୍ଲେଖ କରିଛନ୍ତି ଯେ ‘ସତ କଥା ହେଉଛି ସବୁଠୁ ଧନୀ କେବେବି ହେବିନି.. । କାରଣ ଏହା କେବେବି ମୋ ଇଚ୍ଛା ନୁହେଁ.. ‘। ତାଙ୍କର ଏହି ଟ୍ୱିଟ୍‌ ଏବେ ଭାଇରାଲ ହେବାରେ ଲାଗିଛି ଓ ଲୋକେ ଏହା ଉପରେ ସେମାନଙ୍କର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ମହିନ୍ଦ୍ରା ଚେୟାରମ୍ୟାନଙ୍କ ଏହି ଟ୍ୱିଟ୍ ଉପରେ ଲୋକେ ସେମାନଙ୍କ ଅନ୍ଦାଜରେ ରିପ୍ଲାଇ ଦେଉଛନ୍ତି। କିଏ ତାଙ୍କୁ ମାଟି ସହ ଜଡିତ ବ୍ୟକ୍ତିତ୍ୱ କହୁଛି ତ ଆଉ କିଏ ମନର ଧନୀ ବୋଲି ଉଲ୍ଲେଖ କରୁଛନ୍ତି। ଏଥିରେ ଜଣେ ୟୁଜର ଆପଣ ୧ ନମ୍ବର ଧନୀ ହୋଇ ଲୋକଙ୍କୁ ଆହୁରି ସହାୟତା କରିପାରିବେ ବୋଲି ମଧ୍ୟ ଲେଖିଛନ୍ତି।

ଆନନ୍ଦ ମହିନ୍ଦ୍ରା ପ୍ରାୟତଃ ଟ୍ୱିଟରରେ କିଛି ନା କିଛି ପୋଷ୍ଟ କରନ୍ତି ଯାହା ଭାଇରାଲ ହୋଇଯାଇଥାଏ। ତାଙ୍କର ଏହି ନୂଆ ଟ୍ୱିଟ୍‌ ସହ ମଧ୍ୟ ସେଇଆ ହୋଇଛି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଲେଖଯୋଗ୍ୟ ଯେ ମହିନ୍ଦ୍ରା ଚେୟାରମ୍ୟାନ ଅଜବ-ଗଜବ ଫଟୋ ସହିତ ଅନେକ ସମୟରେ ମୋଟିଭେସନାଲ ଟ୍ୱିଟ୍‌ ମଧ୍ୟ କରିଥାନ୍ତି, ଯାହାକୁ ୟୁଜର ବେସ୍ ପସନ୍ଦ କରନ୍ତି। ଟ୍ୱିଟରରେ ଆନନ୍ଦ ମହିନ୍ଦ୍ରାଙ୍କର ଫ୍ୟାନ ଫଲୋଇଙ୍ଗ ବହୁତ। ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ପ୍ରାୟ ୯୮ ଲକ୍ଷରୁ ବି ଅଧିକ