
ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଜାରି ରହିଛି ଭାରତ ଯୋଡ଼ ଯାତ୍ରା’ । ଏହି ସମୟରେ ପ୍ରତ୍ୟେକ ଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ତେବେ ଏହି ସମୟରେ ଏକ କୁନି ଝିଅକୁ ଭେଟିବା ପରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ୍ କରିଛନ୍ତି। କଂଗ୍ରେସ ନେତା ସେହି କୁନି ଝିଅ ସହ ଏକ ଫଟୋ ପୋଷ୍ଟ୍ କରି ଲେଖିଛନ୍ତି, ‘ଏପରି ଏକ ମୁହୂର୍ତ୍ତ ପାଇଁ ମୁଁ ୧୦୦୦ ମାଇଲ୍ ବାଟ ଚାଲିପାରିବି ।
ଆଗାମୀ ୨୦୨୪ରେ ଜନ ସମର୍ଥନ ସାଉଁଟିବା ପାଇଁ କଂଗ୍ରେସ ଆଗୁଆ ଏହି ଯାତ୍ରା ଆରମ୍ଭ କରିଛି। କଂଗ୍ରେସ ରାହୁଲଙ୍କୁ ଜଣେ ଜନ ନେତା ଭାବେ ଦେଖାଇବାକୁ ଚେଷ୍ଟା ଜାରି ରଖଛି। ଏହି ଅବସରରେ ଜଣେ କୁନି ଝିଅ ସହ କଥାବାର୍ତ୍ତା ହେଉଥିବା ସମୟରେ ରାହୁଲଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଫଟୋରେ ରାହୁଲ କୁନି ଝିଅକୁ କାଖେଇ ଥିବାର ନଜର ଆସିଛନ୍ତି। ଦୁହେଁ ହସୁଥିବାର ଦେଖିବାକୁ ମିଳିଛି।
କଂଗ୍ରେସର ଏହି ‘ଭାରତ ଯୋଡୋ ଯାତ୍ରା’ରେ ବହୁ କଂଗ୍ରେସ ନେତା ଓ ସାଧାରଣ ଲୋକ ଯୋଗ ଦେଇଥିବା ବେଳେ ସେ ଗୋଟିଏ ପରେ ଗୋଟିଏ ରାଜ୍ୟ ବୁଲି ଲୋକଙ୍କୁ ଭେଟୁଛନ୍ତି ରାହୁଲ। ଏହି ଯାତ୍ରା ସମୟର ଅନ୍ୟ ଏକ ଭିଡିଓ ବି ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ନାବାଳିକା ରାହୁଲଙ୍କୁ ଦେଖି ଭାବବିହ୍ବଳ ହୋଇପଡ଼ୁଥିବା ଦେଖାଯାଇଛି।
ଅନେକ ସମୟରେ କଳାକାରଙ୍କୁ ପ୍ରଶଂସକଙ୍କ ଏଭଳି ଭଲପାଇବା ମିଳୁଥିବା ବେଳେ ରାହୁଲଙ୍କୁ ଏଭଳି ଭଲପାଇବା ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ ନାବାଳିକା କାନ୍ଦୁଥିବା ବେଳେ ରାହୁଲ ତାଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି।