ଆଇସିସି ଦିନିକିଆ ବିଶ୍ୱକପ ୨୦୨୩: ଭାରତ ସମେତ ୭ ଟିମ କଲେ ସିଧାସଳଖ କ୍ୱାଲିଫାଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସିଧାସଳଖ ପ୍ରବେଶ କରିଥିବା ୭ଟିମର ନାମ ଘୋଷଣା କରିଛି । ଆୟୋଜକ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଯୋଗ୍ୟତା ହାସଲ କରିଛନ୍ତି । ୧୨ ବର୍ଷ ପରେ ଭାରତ ଏହି ମେଗା ଇଭେଂଟକୁ ଆୟୋଜନ କରିବାକୁ ଯାଉଛି । ଶ୍ରୀଲଙ୍କାକୁ ପଛରେ ପକେଇ ଆଫଗାନିସ୍ତାନ ଯୋଗ୍ୟତା ହାସଲ କରିବା ଫଳରେ ଏବେ ଲଙ୍କା ଟାଇଗରଙ୍କ ଭାଗ୍ୟ ସୂତା ଖିଅରେ ଝୁଲି ରହିଛି ।

ସେହିପରି ବିଶ୍ୱକପ ଯୋଗ୍ୟତା ଅର୍ଜନ ପାଇଁ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜକୁ ଆଗାମୀ ସିରିଜରେ କଡା ସଂଘର୍ଷ କରିବାକୁ ପଡିପାରେ । ଏଥର ବିଶ୍ୱକପ୍ ରେ ୧୦ଟି ଟିମ ଅଂଶଗ୍ରହଣ କରିବେ । ୮ଟି ଟିମ ସିଧାସଳଖ ଯୋଗ୍ୟତା ହାସଲ କରିବା ପରେ ବଳକା ୫ଟି ଟିମ ଏବଂ ଆସୋସିଏଟ ଦେଶ ମଧ୍ୟରେ ମୁକାବିଲା ହେବ । ଏଥିରୁ ୨ଟି ଟିମ ଉନ୍ନୀତ ହେବେ ।

Related Posts