ଇଡି କାର୍ଯ୍ୟାଳୟରେ ପୁଣି ହାଜର ହେଲେ ଅର୍ଚ୍ଚନାଙ୍କ ଗାଡ଼ି ଚାଳକ

ଭୁବନେଶ୍ୱର : ଫିଟିବ ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଗୁମର । ଇଡି କାର୍ଯ୍ୟାଳୟରେ ପୁଣି ହାଜର ହୋଇଛନ୍ତି ବ୍ଲାକ୍‌ ମେଲର୍‌ ଅର୍ଚ୍ଚନାଙ୍କ ଗାଡ଼ି ଚାଳକ। ଗାଡ଼ି ଚାଳକ ଚନ୍ଦନଙ୍କୁ ଇଡି ଅଧିକାରୀମାନେ ଆଉଥରେ କାର୍ଯ୍ୟାଳୟକୁ ଡାକି ପଚରାଉଚୁରା କରୁଛନ୍ତି।

ଅର୍ଚ୍ଚନାଙ୍କର ଆଉ କାହା ସହିତ ସମ୍ପୃକ୍ତି ରହିଛି ଓ ସେ ଅନ୍ୟ କେଉଁଠୁ ଟଙ୍କା ଦେଣ ନେଣ କରିଛନ୍ତି ସେନେଇ ଇଡି ଅଧିକାରୀମାନେ ତାଙ୍କୁ ପଚରା ଉଚୁରା କରିପାରନ୍ତି ବୋଲି କୁହାଯାଇଛି।

ସୂଚନା ଥାଉକି, ଗତ ୨ ଦିନ ପୂର୍ବେ ବା ଗତ ସପ୍ତାହ ଶନିବାର ଦିନ ଚନ୍ଦନଙ୍କୁ ଇଡି ଅଧିକାରୀମାନେ ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟକୁ ଡାକି ପଚରାଉଚୁରା କରିଥିଲେ।

Related Posts