ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍କୁଲରେ ଯଦି ସଂକ୍ରମିତ ବାହାରିଲେ; ତାହାଲେ ସ୍କୁଲକୁ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଦିଲ୍ଲୀ ସରକାର । ସେପଟେ ସ୍କୁଲରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ଦିଲ୍ଲୀ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ଅନୁଯାୟୀ, ଯଦି କୌଣସି ସ୍କୁଲରେ ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି, ତେବେ ସ୍କୁଲ ବନ୍ଦ ହେବା ଉଚିତ। ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ସ୍କୁଲରେ କେହି କରୋନା ଆକ୍ରାନ୍ତ ହୁଅନ୍ତି, ତେବେ ତୁରନ୍ତ ଡିଓଇକୁ ଏହା ବିଷୟରେ ଅବଗତ କରାଇବାକୁ ହେବ। ଏ

ଥି ସହିତ, ବିଦ୍ୟାଳୟର ସେହି ଶାଖା କିମ୍ବା ପୁରା ବିଦ୍ୟାଳୟକୁ ତୁରନ୍ତ ବନ୍ଦ କରିବାକୁ ପଡିବ। ନିର୍ଦ୍ଦେଶାବଳୀରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ସାମାଜିକ ଦୂରତା ଅନୁସରଣ କରିବା, ନିୟମିତ ଭାବେ ହାତ ଧୋଇବା ଏବଂ କରୋନା ସଂକ୍ରମଣ ନେଇ ସଚେତନ ହେବାକୁ କୁହାଯାଇଛି। ସ୍କୁଲରେ କରୋନା ସଂକ୍ରମଣ ବଢ଼ୁଥିବା ପ୍ରସଙ୍ଗକୁ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ କେବଳ ୩-୪ଟି ସ୍କୁଲର ପିଲା କରୋନା ସଂକ୍ରମିତ ହୋଇଥିବା ବିଷୟରେ ସୂଚନା ମିଳିଛି। ସଂକ୍ରମିତ ଛାତ୍ରଛାତ୍ରୀ ଓ ଶିକ୍ଷକ ସ୍କୁଲ ପରିସରରେ ନୁହେଁ ବରଂ ବାହାରେ ସଂକ୍ରମିତ ହୋଇଛନ୍ତି। ପରେ ସେମାନେ ସଂକ୍ରମଣ ବିଷୟରେ ସ୍କୁଲକୁ ସୂଚନା ଦେଇଛନ୍ତି।