୫୦ ହଜାର ବୁଲା ଗୋରୁଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା କରିବା ପାଇଁ ଅଧିକାରୀଙ୍କୁ ୧୦୦ ଦିନର ସମୟ ଦେଲେ ଯୋଗୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୫୦ ହଜାର ବୁଲା ଗୋରୁଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା କରିବା ପାଇଁ ଅଧିକାରୀଙ୍କୁ ୧୦୦ ଦିନର ସମୟ ଦେଲେ ଯୋଗୀ । ଏବଂ ଦ୍ୱିତୀୟ କାର୍ୟ୍ୟକାଳର ଛଅ ମାସ ମଧ୍ୟରେ ଏହାକୁ ବୃଦ୍ଧି କରି ୧ ଲକ୍ଷ ଗୋରୁଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ, ଏହି ସମୟ ସୀମା ମଧ୍ୟରେ ସେ ସେମାନଙ୍କୁ ଏକ ‘ଗାଈ ଅଭୟାରଣ୍ୟ’ ନିର୍ମାଣ ଶେଷ କରିବାକୁ କହଛନ୍ତି, ଯେଉଁଥିରେ ୧୦୦ ଦିନ ମଧ୍ୟରେ ପ୍ରାୟ ୫,୦୦୦ ବୁଲା ଗୋରୁ ରହିବେ।

ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରଥମ କାର୍ୟ୍ୟକାଳ ସମୟରେ ମିର୍ଜାପୁର ଜିଲ୍ଲାର ହାଲିଆ ଅଞ୍ଚଳରେ ଏକ ପ୍ରାକୃତିକ ଜଳ ଉତ୍ସ ଏବଂ ଜଙ୍ଗଲ ଅଞ୍ଚଳ ସହିତ ରାଜ୍ୟର ପ୍ରଥମ ଗାଈ ଅଭୟାରଣ୍ୟ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ଏହି ଅଭୟାରଣ୍ୟକୁ ଏକ ପର୍ୟ୍ୟଟନ ସ୍ଥାନ ତଥା ଗୋରୁ ସଂରକ୍ଷଣ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଯୋଜନା ରଖା ଯାଇଥିଲା। କିନ୍ତୁ, କରୋନା ମହାମାରୀ ଏବଂ ବିଧାନସଭା ନିର୍ବାଚନ ହେତୁ ଏହି ପ୍ରସ୍ତାବିତ ଗୋରୁ ଅଭୟାରଣ୍ୟର କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts