ରେଳବାଇ ଯଦି ବାଲେଶ୍ବର ରୁଟ୍ ରେ ‘କବଚ’ ସେଫ୍ଟି ସିଷ୍ଟମ ଲଗାଇଥାନ୍ତେ ତେବେ ୩୦୦ ଜୀବନ ବଂଚିଯାଇଥାନ୍ତା

ଯଦି ‘କବଚ’ ସୁରକ୍ଷା ବ୍ୟବସ୍ଥା ରେଳବାଇ ପକ୍ଷରୁ ବାଲେଶ୍ବର ରୁଟ୍ ରେ ଲଗାଯାଇଥାନ୍ତା ତେବେ ୩୦୦ ରୁ ଉର୍ଧ୍ବ ଜୀବନ ବଂଚିଯାଇଥାନ୍ତା ବୋଲି ଅନେକ ମତ ରଖିଛନ୍ତି। ଡ୍ତ୍ରୁରାଇଭର ତୃଟି କିମ୍ବା ଅନ୍ୟାନ୍ୟ କାରଣ ହେତୁ ଟ୍ରେନ୍ ଦୁର୍ଘଟଣାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଦ୍ବାରା ବିକଶିତ ଏକ ସେଫଟି ସିଷ୍ଷମ ’କବଚ’ ବାଲେସୋରର ଟ୍ରାକରେ ଉପଲବ୍ଧ ନଥିଲା ବୋଲି ରେଳବାଇ ଅଧିକାରୀ ଅମିତାଭ ଶର୍ମା କହିଛନ୍ତି। ଯେଉଁଠାରେ ଗତକାଲି ରାତିରେ ତିନୋଟି ଟ୍ରେନ୍ ଧକ୍କା ହୋଇଛି ପ୍ରାୟ ୩୦୦ ରୁ ଲୋକ ନିହତ ହୋଇଛନ୍ତି।
ଭାରତୀୟ ରେଳବାଇ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି, “ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଆମେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରୁଛୁ।ମାତ୍ର ଏହି ରୁଟ୍ ବା ମାର୍ଗରେ କଭାଚ ସିଷ୍ଟମ ଉପଲବ୍ଧ ନଥିଲା।”

ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଲୋମହର୍ଷଣକାରୀ ଟ୍ରେନ ଦୁର୍ଘଟଣା କେବଳ ଭାରତ ନୁହେଁ ସାରା ବିଶ୍ୱକୁ ଦୋହଲାଇ ଦେଇଛି ।ଟେକ୍ନିକାଲ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ତଦନ୍ତ ପରେ ଆଗକୁ ସବୁକିଛି ସ୍ପଷ୍ଟ ହୋଇଯିବ । ଏବେ ସମସ୍ତଙ୍କ ମନରେ ଗୋଟିଏ ବଡ଼ ପ୍ରଶ୍ନ ଉଙ୍କି ମାରୁଛି ରେଳ ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନୂଆ ଟେକନିକର ବିକାଶ ଉପରେ କାର୍ଯ୍ୟ କରାଯାଇଥିଲା । ମାତ୍ର ଏବେ ଦୁର୍ଘଟଣା ଘଟିବା ପରେ ରେଳ ସୁରକ୍ଷା କବଚକୁ ନେଇ ପ୍ରଶ୍ନ ଉଠିଛି । ଯଦି କବଚ ବ୍ୟବସ୍ଥା ବାଲେଶ୍ବର ରୁଟ୍ ରେ ଲଗାଯାଇଥାନ୍ତା ତେବେ ୩୦୦ ରୁ ଉର୍ଧ୍ବ ଜୀବନ ବଂଚିଯାଇଥାନ୍ତା ବୋଲି ଅନେକ ମତ ରଖିଛନ୍ତି।

ଭାରତୀୟ ରେଲୱେ କ୍ରମାଗତ ଭାବରେ କବଚ ଟେକନିକ୍ ଉପରେ କାର୍ଯ୍ୟ କରୁଥିଲା, ଯାହା ଭବିଷ୍ୟତରେ ଏହାର ଲକ୍ଷ ଶୂନ୍ୟ ଦୁର୍ଘଟଣା। ଭାରତୀୟ ରେଲୱେ ପାଇଁ ଗତ ୪ ମାର୍ଚ୍ଚ ୨୦୨୨ ଐତିହାସିକ ଦିନ ବୋଲି ଦାବି କରାଯାଇଥିଲା । ରେଲୱେ ‘କବଚ ଟେକନିକ୍’ ପରୀକ୍ଷଣ ସଫଳ ହୋଇଛି ବୋଲି ନିଜେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ କରିଥିଲେ । ଏଥିରେ ଦୁଇଟି ଟ୍ରେନ ସାମ୍ନାସାମ୍ନି ଦୁର୍ଘଟଣାକୁ ଏଡ଼ାଇ ଦେଇ ହେବ । ଏହି ଟେକନିକରେ ଟ୍ରେନ ଟି ଦୂର୍ଘଟଣା ପୂର୍ବରୁ ଆପେ ଆପେ ରହିଯିବ । ତେବେ ଏହାକୁ ପରୀକ୍ଷଣ କରିବାକୁ ଯାଇ ଦୁଇଟି ଟ୍ରେନ୍ ମୁହାଁମୁହିଁ ଚଳାଚଳ କରିଥିଲା । ଏହି ପରୀକ୍ଷଣରେ ସାମିଲ ହୋଇଥିଲେ ନିଜେ ରେଳମନ୍ତ୍ରୀ ।ଏହି ପରୀକ୍ଷଣରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୋଟିଏ ଟ୍ରେନରେ ଏବଂ ରେଳ ବୋର୍ଡର ଚେୟାରମ୍ୟାନ୍ ସମେତ ଅନ୍ୟ ଅଧିକାରୀମାନେ ଅନ୍ୟ ଏକ ଟ୍ରେନରେ ଉପସ୍ଥିତ ଥିଲେ । ତେବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପରୀକ୍ଷଣର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ।

https://twitter.com/ashwinivaishnaw/status/1499647049620668421?s=46&t=1SFJ3ld0WWD1UDO_QKGdaw

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯେଉଁ ଟ୍ରେନରେ ଯାଉଥିଲେ ସେହି ଟ୍ରେନଟି ଆଗରୁ ଆସୁଥିବା ଟ୍ରେନର ୩୮୦ ମିଟର ପୂର୍ବରୁ ଅଟକି ଯାଇଥିଲା। କବଚ ଟେକନିକ କାରଣରୁ ଟ୍ରେନରେ ସ୍ୱୟଂଚାଳିତ ଭାବେ ବ୍ରେକ ଲାଗିଯାଇଥିଲା । ଏନେଇ ରେଳମନ୍ତ୍ରୀଙ୍କ ଦ୍ୱାରା ଏକ ମିନିଟର ଭିଡିଓ ସେୟାର କରାଯାଇଥିଲା ଯେଉଁଥିରେ ରେଳମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ଲୋକୋପାଇଲଟ କ୍ୟାବିନରେ ଅଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି କହିଥିଲେ ଯେ ରିୟର-ଏଣ୍ଡ୍ ଟକ୍କର ପରୀକ୍ଷଣ ସଫଳ ହୋଇଛି। କବଚ୍ ସ୍ୱୟଂଚାଳିତ ଭାବରେ ଧକ୍କା ହେବାକୁ ଥିବା ଅନ୍ୟ ଟ୍ରେନ ଠାରୁ ୩୮୦ ମିଟର ପୂର୍ବରୁ ଅଟକି ଯାଇଛି ।

ରେଳ ଦୁର୍ଘଟଣାକୁ ରୋକିବା ପାଇଁ ରେଲୱେ ବୋର୍ଡ ୩୪ ହଜାର କିମି ରେଳପଥରେ କବଚ ଟେକ୍ନୋଲୋଜିକୁ ମଞ୍ଜୁରୀ ଦେଇଥିଲା । ୨୦୨୪ ସୁଦ୍ଧା ସାରା ଦେଶର ସମସ୍ତ ବ୍ୟସ୍ତବହୁଳ ଟ୍ରେନ ଲାଇନରେ ଏହି ଟେକ୍ନୋଲୋଜିକୁ ସ୍ଥାପିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କବଚର ଉପଯୋଗ କରିବା ଫଳରେ ଦୁଇଟି ଟ୍ରେନ ମୁହାଁମୁହିଁ ବା ଆଗ-ପଛ ପାଖରୁ ଧକ୍କା ହେବେ ନାହିଁ । କବଚ ଟେକ୍ନୋଲୋଜିକୁ ସ୍ଥାପିତ କରିବା ପାଇଁ ୨୦୨୧-୨୨ ପାଇଁ ୧୩୩ କୋଟି ଓ ୨୦୨୨-୨୩ ପାଇଁ ୨୭୨.୩୦ କୋଟି ଅଲଗା ବଜେଟ୍ ରଖାଯାଇଥିଲା ।

Related Posts