୯ରେ ଓଡିଶା ଆସିବେ ଗଡ଼କରୀ, ବିଶ୍ବଶର୍ମା

ଭୁବନେଶ୍ୱର,୦୭/୫(ସତ୍ୟପାଠ ବ୍ୟୁରୋ):     ଆସନ୍ତା ୯ ତାରିଖରେ ଓଡିଶା ଆସିବେ ବିଜେପିର ୨ ବରିଷ୍ଠ ନେତା । ଓଡ଼ିଶା ଆସିବେ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଗଡକରୀ ପୁରୀ ଜିଲ୍ଲାରେ ସଭା କରିବେ ବୋଲି ସୂଚନା ରହିଛି । ଉଭୟ ପୁରୀ ଏବଂ କୃଷ୍ଣପ୍ରସାଦରେ ସମାବେଶରେ ଯୋଗଦେବେ ଗଡକରୀ । ସେହିପରି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସିବେ ଏବଂ ୩ଟି ଜାଗାରେ ସଭା କରିବେ ।

ମାଲକାନାଗିରି , ଚିତ୍ରକୋଣ୍ଡା ଏବଂ ଖଲିକୋଟ ଜନସଭାରେ ଯୋଗଦେବେ ହିମନ୍ତ ବିଶ୍ୱଶର୍ମା ।

Related Posts