ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କର ନହେଲେ ସଂସଦୀୟ କମିଟି ନିକଟକୁ ପଠାଅ: ବିରୋଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରତିରକ୍ଷା ବିଭାଗର ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ବିଜେପିର ୪ସାଂସଦ ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ୧୨ ଜଣ ସାଂସଦ ଯୋଗଦେଇଥିଲେ। ତେବେ ବିରୋଧୀ ପକ୍ଷ ସରକାରଙ୍କର ଅଗ୍ନିପଥ ଯୋଜନା ବିଷୟରେ ସଂସଦ ରେ ବିସ୍ତୃତ ଆଲୋଚନା ପାଇଁ ଦାବି କରିଥିଲେ। ପାଖାପାଖି ଦେଢ଼ଘଣ୍ଟା ଧରି ଚାଲିଥିବା ଏହି ବୈଠକ ରେ ବିରୋଧୀ ମାନେ ଅଗ୍ନିପଥ ଯୋଜନା କୁ ପ୍ରତ୍ୟାହାର କରିବାକୁ କହିଥିଲେ ନଚେତ୍ ଏହାକୁ ସଂସଦୀୟ କମିଟି ନିକଟକୁ ବିଚାର ପାଇଁ ପଠାଇବାକୁ ଦାବି କରିଥିଲେ। ଏନେଇ ବିରୋଧୀ ମାନେ ମିଳିତ ଭାବରେ ରାଜନାଥ ସିଂହଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ କଂଗ୍ରେସର ଶକ୍ତିସ ଗୋହିଲ ଓ ରଜନୀ ପାଟିଲ, ତୃଣମୂଳ କଂଗ୍ରେସ ର ସୌଗାତା ରୟ ଓ ସୁଦୀପ୍ ବନ୍ଦୋପାଧ୍ୟାୟ, ଏନସିପି ର ସୁପ୍ରିୟା ସୁଲେ ଓ ଆରଜେଡି ର ଏ.ଡି ସିଂହ ଦସ୍ତଖତ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଏହି ବୈଠକରେ ତିନି ସେନାର ମୁଖ୍ୟ ଓ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ଓ ଅଗ୍ନିପଥ ଯୋଜନା ବିଷୟରେ ଏକ ବିସ୍ତୃତ ଉପସ୍ଥାପନା ପ୍ରତିରକ୍ଷା ବିଭାଗର ପରାମର୍ଶଦାତା କମିଟି ସାମ୍ନାରେ ରଖାଯାଇଥିଲା।

Related Posts