କହ୍ନେୟା ଲାଲଙ୍କ ହତ୍ୟାକାରୀଙ୍କୁ ଛାଡ଼ିବା ପାଇଁ ବହୁ ବିଜେପି ନେତା ବାରମ୍ବାର ଫୋନ୍‌ କରୁଥିଲେ: ଅଶୋକ ଗେହଲୋଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନର ଉଦୟପୁରରେ କହ୍ନେୟା ଲାଲ ନାମକ ଟେଲରଙ୍କୁ ଅତି ନିର୍ମମ ଭାବେ ୨ ମୁସଲିମ୍‌ ଯୁବକ ଗଳା କାଟି ହତ୍ୟା କରିଥିଲେ। ଏହା ପରେ ସାରା ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ୨ ଅଭିଯୁକ୍ତ ରିୟାଜ ଓ ଗସ୍‌ ମହମ୍ମଦଙ୍କୁ ବାନ୍ଧି ସାରିଛି ପୁଲିସ୍‌। ଏହି ମାମଲାକୁ କିଛି ଦିନ ବିତି ସାରିଥିବା ବେଳେ ଏବେ ପୁଣି ଥରେ ପୁରୁଣା ଘଟଣାକୁ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେପଟେ ରାଜସ୍ଥାନ ସିଏମ୍‌ଙ୍କ କହିବାନୁଯାୟୀ, କହ୍ନେୟା ଲାଲଙ୍କ ହତ୍ୟା ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରି ସାରିବା ପରେ ତାଙ୍କୁ ଛାଡ଼ିବା ପାଇଁ ବହୁ ବିଜେପି ନେତା ବାରମ୍ବାର ଫୋନ୍‌ କରୁଥିଲେ। କାରଣ ସେମାନେ ବିଜେପିର ସକ୍ରିୟ ସଦସ୍ୟ ଥିଲେ।

ଏପରିକି ଅପରପାର୍ଶ୍ୱରୁ କୁହାଯାଉଥିଲା, ସେମାନେ ଆମ କର୍ମକର୍ତ୍ତା। ସେମାନଙ୍କୁ ହଇରାଣ କରିବ ନାହିଁ । ଅନ୍ୟପଟେ କହ୍ନେୟା ଲାଲ ହତ୍ୟାକାଣ୍ଡ ପୂର୍ବରୁ ଅଭିଯୁକ୍ତ ରିୟାଜର ନିଜ ଘର ମାଲିକ ସହ ଝଗଡ଼ା ହୋଇଥିଲା। ପ୍ରତିଦିନ ଘରେ ବାହାର ଲୋକଙ୍କୁ ପ୍ରବେଶ କରାଇବା, ଗାଲିଗୁଲଜ, ଧମକ ଦେବା, ଘର ଭଡ଼ା ନ ଦେବା ଆଦି ଅଭିଯୋଗ ହୋଇଥିଲା। ପୁଲିସ୍‌ ଏହି ଘଟଣାର ଖୋଳତାଡ଼ କରୁ କରୁ କହ୍ନେୟା ଲାଲ ହତ୍ୟାକାଣ୍ଡ ଘଟିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts