ଯଦି ଆପଣଙ୍କର ଦମ ଅଛି ତାହାଲେ ଚାକିରିରୁ ବରଖାସ୍ତ କରିକି ଦେଖାନ୍ତୁ; କାମରେ ବାଧା ଦେବାରୁ ପୂର୍ବତନ ବିଜେପି ବିଧାୟକଙ୍କୁ ଏପରି କହିଲେ ଏସଡିଏମ ଅଫିସର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉଜୈନର ବଡ଼ନଗରରେ ପୂର୍ବତନ ବିଧାୟକ ଶାନ୍ତିଲାଲ ଧବାଇଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଏସଡିଏମ ନିଧି ସିଂହ । ତେବେ ପୂର୍ବତନ ବିଧାୟକ ଶାନ୍ତିଲାଲ ଧାବାଇ କାମ ପାଇଁ ଏସଡିଏମ ନିଧି ସିଂଙ୍କ ଉପରେ ଚାପ ପକାଇଥିଲେ ।ା ସେତେବେଳେ ମହିଳା ଅଧିକାରୀ ସିଙ୍ଘମ ଅବତାରରେ ବିଜେପି ନେତାଙ୍କୁ ତାଗିଦ କରିଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ପୂର୍ବତନ ବିଜେପି ବିଧାୟକ ଏସଡିଏମ ଉପରେ ଚାପ ପକାଉଥିଲେ, ସେତେବେଳେ ଲେଡି ଅଫିସର ତାଙ୍କୁ ଭର୍ତ୍ସନା କରିଥିଲେ ଏବଂ ଭଦ୍ରାମି ସହ କଥା ହେବାକୁ ପରାମର୍ଶ ଦେଇଥିଲେ। ଏହା ସହିତ ଏସଡିଏମ ନିଧି କହିଛନ୍ତି ଯେ ଯଦି ଆପଣଙ୍କର ଦମ ଅଛି ତାହାଲେ ମୋତେ ଚାକିରିରୁ ବରଖାସ୍ତ କରି ଦେଖାନ୍ତୁ ବୋଲି କହିଥିଲେ । ସେପଟେ ଏହି ଘଟଣା ୪ ଦିନ ପୂର୍ବରୁ ଘଟିଥିଲା । ଯାହା ଭିଡିଓ ଭାଇରାଲ ହେବା ପରେ ପ୍ରକାଶ ପାଇଥିଲା ।

ସୂଚନାନୁସାରେ, ଦୀର୍ଘ ଦିନ ଧରି ବଙ୍ଗରେଡ ଗ୍ରାମରେ ଜଳ ସମସ୍ୟା ଦେଖାଦେଇଆସୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଏସଡିଏମ ଜେସିବି ସହିତ ପହଞ୍ଚିଥିଲା। ଏହି ସମୟରେ କେହି ଜଣେ ପୂର୍ବତନ ବିଧାୟକ ଶାନ୍ତିଲାଲ ଧବାଇଙ୍କୁ ଡାକିଥିଲେ । ଯେଉଁଠାରେ ବିଜେପି ନେତା ଏସଡିଏମ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ କଥା କଥାକଟି ହୋଇଥିଲା। ପୂର୍ବତନ ବିଧାୟକ ଶାନ୍ତିଲାଲ ଧବାଇ ଅଧିକାରୀଙ୍କୁ କାମ ବନ୍ଦ କରିବାକୁ କହିଥିଲେ। ସେ କହିଛନ୍ତି ଯେ ଅନ୍ୟ ଏକ ସ୍ଥାନରେ ପାଇପ୍ ଲଗାଇ ପାଣି କାଢ଼ନ୍ତୁ ।

କୁହାଯାଉଛି ଯେ କିଛି ସମୟ ପାଇଁ ମହିଳା ଅଧିକାରୀ ଏବଂ ବିଜେପି ନେତାଙ୍କ ମଧ୍ୟରେ ଆରାମଦାୟକ ବାର୍ତ୍ତାଳାପ ହୋଇଥିଲା। କିନ୍ତୁ ଯେତେବେଳେ ବିଧାୟକ ଏସଡିଏମ ନିଧି ସିଂଙ୍କ କାର‌୍ୟ୍ୟ ଉପରେ ମନ୍ତବ୍ୟ ଦେଇଥିଲେ ସେତେବେଳେ ମହିଳା ଅଧିକାରୀ ଏଥିରେ ରାଗି ଯାଇଥିଲେ । ଏବଂ ଭଦ୍ରାମିର ସହ କଥା ହେବା ପାଇଁ ବିଜେପି ନେତାଙ୍କୁ କହିଥିଲେ । ମୋତେ ମୋର କାମ ଶିଖାନ୍ତୁ ନାହିଁ, ଏଠାରୁ ଯାଅ ଜ୍ଝ ଉପସ୍ଥିତ ସୁରକ୍ଷା କର୍ମୀ ତଥା ପୂର୍ବତନ ବିଧାୟକଙ୍କ କର୍ମୀମାନେ ବିଜେପି ନେତାଙ୍କୁ ସେଠାରୁ ହଟାଇ ଦେଇଥିଲେ। କୁହାଯାଉଛି ଯେ ପୂର୍ବତନ ବିଧାୟକ ଜଣଙ୍କ ଏସଡିଏମ ନିଧି ସିଂଙ୍କ ବିଷୟରେ କଲେକ୍ଟର ଏବଂ ସିଏମଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହେଲେ ଗଣମାଧ୍ୟମ ଆଗରେ ଦୁହେଁ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହାଁନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts