ପାକିସ୍ଥାନକୁ ଭାରତର ସମ୍ବେଦନଶୀଳ ଏବଂ ଅତ୍ୟଧିକ ଗୋପନୀୟ ସୂଚନା ପ୍ରଦାନ କରୁଥିଲେ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ: ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାକିସ୍ଥାନକୁ ଗୁପ୍ତ ସୂଚନା ଦେଇଥିବା ଅଭିଯୋଗ କରି ହମିଦ ଅନସାରୀ ଙ୍କୁ ପ୍ରଶ୍ନ କରିଛି ବିଜେପି। ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧି ନୁସରତ ମିର୍ଜା ପ୍ରକାଶ କରିଛନ୍ତି କି ତତ୍କାଳୀନ ଉପରାଷ୍ଟ୍ରପତି ହମିଦ ଅନସାରୀ ତାଙ୍କୁ ପାଞ୍ଚ ଥର ଭାରତ ନିମନ୍ତ୍ରଣ କରିଥିଲେ।ସେ ଆହୁରି କହିଛନ୍ତି ସେ ଯେତେବେଳେ ଭାରତ ଗସ୍ତରେ ଯାଉଥିଲେ ଅନସାରୀ ତାଙ୍କୁ ଭେଟିବାକୁ ଡାକି ସମ୍ବେଦନଶୀଳ ଏବଂ ଅତ୍ୟଧିକ ଗୋପନୀୟ ସୂଚନା ପ୍ରଦାନ କରୁଥିଲେ। ସେ ପାଞ୍ଚ ଥର ଭାରତ ଗସ୍ତ କରି ହମିଦ ଅନସାରୀଙ୍କଠାରୁ ବିଭିନ୍ନ ସୂଚନା ନେଇଥିଲେ ଏବଂ ଏହା ଭାରତ ବିରୁଦ୍ଧରେ ବ୍ୟବହୃତ ହୋଇଥିଲା। ଭାରତକୁ ଦୁର୍ବଳ କରିବା ପାଇଁ ଏହି ସୂଚନାକୁ ଆଇଏସ୍‌ଆଇଏସ୍ କୁ ମଧ୍ୟ ଦିଆଯାଇଥିଲା କରାଯାଇଥିଲା।

ଗୌରବ ଆହୁରି ମଧ୍ୟ କହିଛନ୍ତି ଯେ ହମିଦ ଅନସାରୀ ଇରାନରେ ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ଥିଲେ। ସେ ନିଜେ ଭାରତର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଛନ୍ତି ବୋଲି ପୂର୍ବତନ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ ଏଜେଣ୍ଟ ପ୍ରକାଶ କରିଛନ୍ତି। ସେ ଏପରି ବ୍ୟକ୍ତିଙ୍କୁ ଗୁପ୍ତ ସୂଚନା ପ୍ରଦାନ କରିଥିଲେ ଯାହାଙ୍କୁ ଦିଆଯିବା ଉଚିତ ନଥିଲା ବୋଲି ଗୌରବ କହିଛନ୍ତି। ତେବେ ଏହି ଘଟଣାରେ ଆତଙ୍କବାଦ ଲିଙ୍କ୍ ଥିବା ଦର୍ଶାଇ ଗୌରବ କଂଗ୍ରେସ କୁ ଟାର୍ଗେଟ କରିଛନ୍ତି।

Related Posts