୮ ଥର ଅଣଦେଖା କଲେ, ପୁଣି ୨୧ ତାରିଖରେ ହାଜର ହେବାକୁ କେଜ୍ରିୱାଲଙ୍କୁ ସମନ କଲା ଇଡି

ଭୁବନେଶ୍ୱର,17/3(ସତ୍ୟପାଠ ବ୍ୟୁରୋ) : ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ନୀତିରେ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ। କେଜ୍ରିୱାଲ ବାରମ୍ବାର ଇଡିର ସମନକୁ ଏଡାଇ ଚାଲିଥିବା ବେଳେ ଆଜି ନବମ ଥର ପାଇଁ ସମନ ଜାରି କରିଛି ଇଡି।

ଆସନ୍ତା ୨୧ ତାରିଖରେ କାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଇଡି ପାକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଇଡି କେଜ୍ରିୱାଲଙ୍କୁ ୮ ଥର ସମନ ପଠାଇ ସାରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇବା ସହ ହାଜର ହେଉନାହାନ୍ତି।

Related Posts