ଆଇଆଇଟି କାନପୁରର ଭବିଷ୍ୟବାଣୀ: ଆସିବ କରୋନା ଭାଇରସର ଚତୁର୍ଥ ଲହର, ୪ ମାସ ଯାଏଁ ରହିବ ପ୍ରଭାବ

ଦେଶରେ ଏବେ କରୋନା ଭାଇରସର ତୃତୀୟ ଲହରର ପ୍ରଭାବ ହ୍ରାସ ପାଉଥିବା ବେଳେ, ଏବେ ଚତୁର୍ଥ ଲହରର ଆଶଙ୍କା ଉଜିବିତ ହେଲାଣି | ଆସନ୍ତା ୪ ମାସ ମଧ୍ୟରେ ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଜୁନ ୨୨ ବେଳକୁ ଦେଶରେ କରୋନାର ଚତୁର୍ଥ ଲହର ଆସିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି |

ଆଇଆଇଟି କାନପୁରର ରିପୋର୍ଟ ଅନୁସାରେ, ଚତୁର୍ଥ ଲହର ଅତି କମରେ ୪ ମାସ ଧରି ଜାରି ରହିବ । ଅଗଷ୍ଟ ୧୫ରୁ ଅଗଷ୍ଟ ୩୧ ମଧ୍ୟରେ ଏହା ପିକ୍‌ରେ ରହିବ । ଏହାପରେ ମାମଲା କମିବା ଆରମ୍ଭ ହେବ ।

ଏହା ତୃତୀୟ ଥର ପାଇଁ ହୋଇଛି ଯେତେବେଳେ ଆଇଆଇଟି କାନପୁରର ଭବିଷ୍ୟବାଣୀ ସତ ହୋଇଛି । ତୃତୀୟ ଲହରରେ ଶିକ୍ଷାନୁଷ୍ଠାନର ଅନୁମାନ ସଠିକ ସାବ୍ୟସ୍ତ ହୋଇଥିଲା । ଆଇଆଇଟି କାନପୁରର ମ୍ୟାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ ଡିାର୍ଟମେଣ୍ଟର ଏସପି ରାଜେଶଭାଇ, ଶୁଭରା ଶଙ୍କର ଧର ଏହି ଗବେଷଣାରେ ସାମିଲ ଥିଲେ । ସବୁ ଭବିଷ୍ୟବାଣୀ ପାଇଁ ଆଇଆଇଟି ଗଣିତର ମଡେଲକୁ ଉପଯୋଗ କରିଛି ।

Related Posts