ସମ୍ବଲପୁରରେ ବିଜେଡି ୧୬ଟି ଜିଲ୍ଲାପରିଷଦ ଆସନରେ ବାଜି ମାରିଥିବାବେଳେ ବିଜେପି ୨ଟିରେ ଜିତିଛି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିିୟା ଚାଲିଛି । ଏହା ମଧ୍ୟରେ ଗତକାଲି ସମ୍ବଲପୁର ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ପାଇଁ ଭୋଟଗଣତି ୯ଟି ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ୭ଟି ଜୋନରେ ଜିତିଥିବା ବେଳେ ବିଜେପି ଦୁଇଟି ଆସନ ଜିତିଥିବା ଜଣାଯାଇଛି। ସମ୍ବଲପୁର ଜିଲ୍ଲା ପରିଷଦ ଦ୍ବିତୀୟ ପର୍ଯ୍ୟାୟ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ ଏଯାଏ ବିଜେଡି ୧୬ଟି ଓ ବିଜେପି ୨ଟି ଆସନ ହାତେଇଛି। ଏଠାରେ ରେଢ଼ାଖୋଲ ଓ କୁଚିଣ୍ଡାରେ ବିଜେଡି ବିଧାୟକ ଥାଇ ବି ସେଠାରେ ୨ଟି ଜିଲ୍ଲା ପରିଷଦ ଆସନ ବିଜେପି ହାତେଇଛି । ତେବେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ୨ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ତନୟା ଧୁରୁଆ ୨୧୭୦ ଭୋଟରେ ବିଜୟୀ ହୋଇଛନ୍ତି । ଯେଉଁଠି ବିଜେଡିରୁ ତନୟା ଧୁରୁଆ ୧୪୪୮୧, ବିଜେପିରୁ ସବିତା ଦେଇ ୧୨୩୧୧ କଂଗ୍ରେସରୁ ବେନେଦିକ୍ତା ଟପ୍ପୋ ୨୧୨୬ ଟି ଭୋଟ ପାଇଛନ୍ତି । ସେହିପରି ରେଙ୍ଗାଲି ବ୍ଲକ ଜୋନ୨ରେ ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ପାଣ୍ଡେ ୩୯୫୨ ଭୋଟରେ ବିଜୟୀ ହୋଇଛନ୍ତି । ଯେଉଁଠି ବିଜେଡିରୁ ଗୀତାଞ୍ଜଳି ପାଣ୍ଡେ ୧୦୯୦୯, ବିଜେପିରୁ ଅହଲ୍ୟା ସେଠୀ ୬୯୫୭, କଂଗ୍ରେସରୁ ସୁଜାତା ବାଦି୫୪୧, ବିଏସପିରୁ ଜ୍ୟୋତି ଦୀପ ୧୪୫୨ ଟି ଭୋଟ ପାଇଛନ୍ତି ।

ସେହିପରି ରେଙ୍ଗାଳି ବ୍ଲକ ଜୋନ୨ରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରାଧେଶ୍ୟାମଙ୍କୁ ୮୭୬୦ ଭୋଟ୍ରେ ହରାଇଲେ ବିଜେଡି ପ୍ରାର୍ଥୀ ଦେ’ ନାରାୟଣ ତିଵାରୀ । ଯେଉଁଠି ବିଜେଡିରୁ ଦେ’ ନାରାୟଣ ତିଵାରୀ ୧୪୫୨୬, ବିଜେପିରୁ ରାଧେଶ୍ୟାମ ବାରିକ ୫୭୬୬, କଂଗ୍ରେସରୁ ସରୋଜ ପୂଜାରୀ ୧୫୪୯ ଟି ଭୋଟ ପାଇଛନ୍ତି । କୁଚିଣ୍ଡା ବ୍ଲକ ଜୋନ ୨ରେ ବିଜେପି ପ୍ରାର୍ଥୀ ଦିବ୍ୟ ରାଜ କିସାନ ୨୪୧୨ ଭୋଟ୍ରେ ବିଜୟୀ ହୋଇଛନ୍ତି । ଯେଉଁଠି ବିଜେଡିରୁ ପୂର୍ଣ୍ଣ ଚନ୍ଦ୍ର କିସାନ ୯୮୦୩, ବିଜେପିରୁ ଦିବ୍ୟ ରାଜ କିସାନ ୧୨୨୧୫, କଂଗ୍ରେସରୁ ରାମଚନ୍ଦ୍ର କିସାନ ୧୨୪୭ ଟି ଭୋଟ ପାଇଛନ୍ତି । ସେହିପରି ନାକଟିଦେଉଳ ବ୍ଲକର ଜୋନ୨ରେ ବିଜେଡି ପ୍ରାର୍ଥୀ ଟିକେଶ୍ବରୀ ମେହେର ୪୯୧୨ ଭୋଟରେ ବିଜୟୀ ହୋଇଛନ୍ତି । ଯେଉଁଠି ବିଜେଡିରୁ ଟିକେଶ୍ବରୀ ମେହେର ୧୧୯୧୪, ବିଜେପିରୁ ଲୋଚନା ଗଡତିଆ ୭୦୦୨, କଂଗ୍ରେସରୁ ସୁନନ୍ଦା ପ୍ରଧାନ ୨୧୪୮ ଟି ଭୋଟ ପାଇଛନ୍ତି । ରେଢ଼ଖୋଲ ବ୍ଲକର ଜୋନ୨ରେ ବିଜେପି ପ୍ରାର୍ଥୀ ଶରତ କୁମାର ପ୍ରଧାନ ୧୫୫୫ ଭୋଟରେ ବିଜୟୀ ହୋଇଛନ୍ତି । ଯେଉଁଠି ବିଜେଡିରୁ ବିଶ୍ବରଞ୍ଜନ ପ୍ରଧାନ ୭୧୭୧, ବିଜେପିରୁ ଶରତ କୁମାର ପ୍ରଧାନ ୮୭୨୬, କଂଗ୍ରେସରୁ ଅନ୍ତର୍ଯ୍ୟାମୀ ପ୍ରଧାନ ୮୧୪ ଟି ଭୋଟ ପାଇଛନ୍ତି ।

ଯୁଯୁମୁରା ବ୍ଲକର ଜୋନ୨ରେ ବିଜେଡିର ମାଧବ ମିର୍ଦ୍ଧା ୪୬୯୦ ଭୋଟ୍ରେ ବିଜୟୀ ହୋଇଛନ୍ତି । ବିଜେଡିରୁ ମାଧବ ମିର୍ଦ୍ଧା ୧୧୮୨୪, ବିଜେପିରୁ କୈଳାସ ବାଗ ୭୧୩୪, କଂଗ୍ରେସରୁ ଅନିଲ କୁମାର ମିର୍ଦ୍ଧା ୩୭୮୨ ଟି ଭୋଟ ପାଇଛନ୍ତି । ବାମରା ବ୍ଲକର ଜୋନ୨ରେ ବିଜେଡି ପ୍ରାର୍ଥୀ କୁମୁଦିନୀ ନାୟକ ୭୧୨୯ ଭୋଟରେ ବିଜୟୀ ହୋଇଛନ୍ତି । ଯେଉଁଠି ବିଜେଡିରୁ କୁମୁଦିନୀ ନାୟକ୧୪୨୬୭, ବିଜେପିରୁ ସୁନୀଲ କୁମାର ଦାସ ୭୧୩୮, କଂଗ୍ରେସରୁ ରମେଶ ଚନ୍ଦ୍ର ଚୌଧୁରୀ ୫୯୦୫ ଟି ଭୋଟ ପାଇଛନ୍ତି । ସେହିପରି ଧନକଉଡ଼ା ବ୍ଲକର ଜୋନ୨ରେ ବିଜେଡିର ସୁଦର୍ଶନ ହରିପାଲ ୪୩୬୦ ଭୋଟ୍ରେ ବିଜୟୀ ହୋଇଛନ୍ତି । ଯେଉଁଠି ବିଜେଡିରୁ ସୁଦର୍ଶନ ହରିପାଲ ୮୫୫୧, ବିଜେପିରୁ ଲିଲିଶ୍ରୀ ସରଭାଙ୍ଗିଆ ୪୧୯୧, କଂଗ୍ରେସରୁ କୃଷ୍ଣରାଣୀ ବେହେରା ୬୨୪ ଟି ଭୋଟ ପାଇଛନ୍ତି ।

Related Posts