
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବଡ଼ ବୟାନ ଦେଇଛନ୍ତି । ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ କର୍ମୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ମୁଁ ବର୍ତ୍ତମାନ ବୁଢା ହୋଇଗଲିଣି, ମୋର ୨୦ ବର୍ଷ ପୂର୍ବେ ଥିବା କାର୍ୟ୍ୟ ଦକ୍ଷତା ଆଜି ନାହିଁ । ସେଥିପାଇଁ ଯୁବକମାନଙ୍କୁ ମୋର ଅନୁରୋଧ ହେଉଛି ଯେ ସେମାନେ ମଧ୍ୟ ଦଳ ପାଇଁ ନିରନ୍ତର କାର୍ୟ୍ୟ କରିବା ଉଚିତ୍ । ଆଜି ବି, ମୁଁ ମୋ ଅନୁଯାୟୀ କାର୍ୟ୍ୟ କରେ । ଏହା ସହିତ ସିନ୍ଧିଆ କହିଥିଲେ ଯେ ମୁଁ ପାରମ୍ପରିକ ତୁଟୁକା ଚିକିତ୍ସା ଉପରେ ବିଶ୍ୱାସ । ପୂର୍ବରୁ ପ୍ରଚଳିତ କଥା ଅନୁଯାୟୀ ଯେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ବାହାରକୁ ଯାଉଥାଅ, ତେବେ ପାଖରେ ଗାମୁଛା ବା ପିଆଜ ରଖନ୍ତୁ । ଆଜି ବି ମୁଁ ପକେଟରେ ପିଆଜ ନେଇ ବାହାରକୁ ଯାଉଛି । ଏହି ସମୟରେ ସିନ୍ଧିଆ ମଧ୍ୟ ତାଙ୍କ ପକେଟରୁ ପିଆଜ ବାହାର କରି ଦେଖାଇଥିଲେ ।