
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ଟାର୍ଗେଟ କରି ବଡ଼ ବୟାନ ଦେଇଛନ୍ତି ରାହୁଲ ଗାନ୍ଧୀ । ତେବେ ଲଣ୍ଡନର କେମ୍ରିଜ ବିଶ୍ବ ବିଦ୍ୟାଳୟରେ ଅନୁଷ୍ଠିତ ‘ଆଇଡିଆଜ ଫର ଇଣ୍ଡିଆ’ ଶୀର୍ଷକ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ ବିରୋଧୀ ଦଳଙ୍କ ଦାୟିତ୍ବ ହେଉଛି ଲୋକମାନଙ୍କୁ, ସବୁ ସଂପ୍ରଦାୟ, ରାଜ୍ୟକୁ ଏକାଠି କରିବା ଓ ଦେଶରେ ବଢିଚାଲିଥିବା ତାପମାତ୍ରା( ସାଂପ୍ରଦାୟିକ ଉତ୍ତେଜନା)କୁ ହ୍ରାସ କରିବା, ନୋଚେତ୍ ସବୁକିଛି ବିଗିଡ଼ିଯିବ ।
ଦେଶରେ ଦୁଇ ପ୍ରକାରର ସରକାର ଚାଲିଛି, ଗୋଟିଏ ହେଉଛି ଲୋକଙ୍କ ସ୍ବରକୁ ଦମନ କରିବା ଓ ଅନ୍ୟଟି ହେଉଛି ଲୋକଙ୍କ ସ୍ବରକୁ ଶୁଣିବା । ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ଲୋକମାନଙ୍କ କଥା ଶୁଣନ୍ତି, କିନ୍ତୁ ଆମ ଦେଶର ପ୍ରଧାନମନ୍ତ୍ରୀ ଲୋକଙ୍କ କଥା ଶୁଣନ୍ତି ନାହିଁ । ରାହୁଲଙ୍କ ଏହି ବୟାନକୁ ବିଜେପି ବିରୋଧ କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ, ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଥିବା ନିଜର ଘୃଣା ଯୋଗୁଁ ଦେଶକୁ ବି ଘୃଣା କରିବା ଆରମ୍ଭ କରିଦେଲେଣି ।