ଇମ୍ରାନ ଖାନଙ୍କ ରୁଷିଆ ଗସ୍ତ କ୍ଷମତାଚ୍ୟୁତ ହେବାର ମୁଖ୍ୟ କାରଣ: ରୁଷିଆ ରାଷ୍ଟ୍ରଦୂତ

ମସ୍କୋ : ରୁଷିଆର ରାଷ୍ଟ୍ରଦୂତ ଡାନିଲା ଗାନିଚ ଏକ ବଡ଼ ଦାବି କରିଛନ୍ତି। ବର୍ତ୍ତମାନ ରୁଷିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ରାଜନୈତିକ ସଙ୍କଟ ସ୍ଥିତି ମଧ୍ୟରେ ବଡ଼ ଦାବି କରିଛନ୍ତି । ଇମ୍ରାନ ଖାନ ରୁଷିଆ ଗସ୍ତ କରିଥିବାରୁ ତାଙ୍କୁ କ୍ଷମତା ଚ୍ୟୁତ କରାଯାଇ ତାଙ୍କ ସରକାରର ପତନ ଘଟାଯାଇଛି ବୋଲି କହିଛନ୍ତି ।

ଇମ୍ରାନ ଖାନଙ୍କ ପତନ ବିଷୟରେ ଏକ ସାକ୍ଷାତକାରରେ ରୁଷିଆର ରାଷ୍ଟ୍ରଦୂତ ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଇମ୍ରାନ ଖାନଙ୍କ ସରକାରର ପତନରେ ଆମେରିକାର ଷଡଯନ୍ତ୍ର ରହିଛି।

ରୁଷିଆର ରାଷ୍ଟ୍ରଦୂତ କହିଛନ୍ତି, ଇମ୍ରାନ ଖାନ ଜଣେ ସଚ୍ଚୋଟ ବ୍ୟକ୍ତି ଏବଂ ସେ ତାଙ୍କ ଦେଶର ଲୋକଙ୍କ ମଙ୍ଗଳ ଚାହୁଁଛନ୍ତି। ରାଷ୍ଟ୍ରଦୂତ ଡାନିଲା କହିଛନ୍ତି ଯେ ୟୁକ୍ରେନ ନାଟୋରେ ଯୋଗଦେବ ବୋଲି ଘୋଷଣା କରିଛି। ୟୁକ୍ରେନ ନାଟୋରେ ଯୋଗଦେବା ହେଉଛି ରୁଷିଆର ସାର୍ବଭୌମତ୍ୱ ଉପରେ ଆକ୍ରମଣ। ଏହାପୂର୍ବରୁ କରାଚିରେ ରୁଷିଆର କନସୁଲ ଜେନେରାଲ କହିଥିଲେ ଯେ ଯଦି ପାକିସ୍ତାନ ସରକାର ଯୋଗାଯୋଗ କରନ୍ତି ତେବେ ତାଙ୍କ ଦେଶ ପାକିସ୍ତାନକୁ ଶସ୍ତା ତେଲ ଦେବାକୁ ପ୍ରସ୍ତୁତ।

ରୁଷିଆର କନସୁଲ ଜେନେରାଲ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମସ୍କୋ ଗସ୍ତ ସମୟରେ ତୈଳ କାରବାର ଉପରେ ଆଲୋଚନା କରଥିଲେ। ସେ କହିଛନ୍ତି ଯେ ରୁଷିା ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ପାକିସ୍ତାନ ସହ ବାଣିଜି୍ୟକ ସମ୍ପର୍କ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି ।

Related Posts