ଭୁବନେଶ୍ୱରରେ ୨୮ ତାରିଖରୁ ବନ୍ଦ ହେବ ସମସ୍ତ କୋଭିଡ୍ କେୟାର ସେଣ୍ଟର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରେ ୨୮ ତାରିଖରୁ ବନ୍ଦ ହେବ ସମସ୍ତ କୋଭିଡ୍ କେୟାର ସେଣ୍ଟର । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ । ହାଇଟେକ ଓ କିମ୍ସ ମେଡିକାଲ୍କୁ କ୍ଲୋଜର ନୋଟିସ୍ ଦେଇଛି ବିଏମ୍ସି। ସମ୍ ଓ ଅଶ୍ୱିନୀରେ ବେଡ୍ ସଂଖ୍ୟା ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ ହସ୍ପିଟାଲରେ ୭୦ ଓ ଅଶ୍ୱିନୀରେ ୩୦ କୋଭିଡ୍ ଶଯ୍ୟା ରହିବ।

ଗତକାଲି ସୁଦ୍ଧା ବିଏମ୍ସି ଅଞ୍ଚଳରେ ୧୫୬୧୯୩ ଜଣ କୋଭିଡ୍ରେ ଆକ୍ରାନ୍ତ ହୋଇନ୍ତି। ସେଥିରୁ ୧୧୮୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୪୪୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୫୭୨ ଜଣ ବିଭିନ୍ନ କୋଭିଡ୍ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛି। ଧୀରେ ଧୀରରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କୋଭିଡ୍ କେୟାର ସେଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବିଏମସି ।

Related Posts