ଗୋଆରେ ଏଥର କଂଗ୍ରେସ ହିଁ ସରକାର ଗଠନ କରିବ: ରାହୁଲ ଗାନ୍ଧୀ

ଗୋଆ(ସତ୍ୟପାଠ ବ୍ୟୁରୋ): ଆଉ କିଛିଦିନ ପରେ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ନିଜର ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୋଆରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ କ୍ଷମତାକୁ ଆସିବା ପରେ ଆମେ ଗୋଆରେ ସ୍ଥାୟୀ ତଥା ଆଇନଗତ ଖଣି ଖନନକୁ ପୁନଃ ସ୍ଥାପନ କରିବାକୁ ଯୋଜନା କରୁଛୁ। ସେ ଦାବି କରିଛନ୍ତି ଯେ ଏଥର ଆମେ ଏକ ସଂଖ୍ୟାଗରିଷ୍ଠତା ହାସଲ କରିବୁ ଏବଂ ଗୋଆରେ ଆମେ ସରକାର ଗଠନ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବୁ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଆର ପ୍ରକୃତ ପ୍ରସଙ୍ଗରୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ଗୋଆର ପ୍ରକୃତ ପ୍ରସଙ୍ଗ ହେଉଛି ନିଯୁକ୍ତି । ରୋଜଗାର କିପରି ସୃଷ୍ଟି ହେବ? କିନ୍ତୁ ପ୍ରଧାନମନ୍ତ୍ରୀ ଏସବୁ ବିଷୟରେ କିଛି କହୁନାହାନ୍ତି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଓ କଂଗ୍ରେସକୁ ଗୋଆରେ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ବିଜେପି ଓ କଂଗ୍ରେସର ମୂଳ ଉଦେଶ୍ୟ ସମାନ । ସେମାନେ ଯେଉଁଠି ସରକାର ଗଠନ କରନ୍ତି,କେବଳ ଲୁଟିଥାନ୍ତି । ତେଣୁ ଏଥର ମଧ୍ୟ ଉଭୟ ଦଳ ସରକାର ଗଠନ କରି ଲୁଟିବା ଯୋଜନାରେ ଅଛନ୍ତି ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

Related Posts