ହାଇଦ୍ରାବାଦରେ ହଟହଟା ହେଲେ ଆସାମ ମୁଖ୍ୟମନ୍ତ୍ରୀ, ଭାଷଣ ଦେବା ବେଳେ ମାଇକ ଚଡାଇନେଲେ ଜଣେ ବ୍ୟକ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହାଇଦ୍ରାବାଦର ଏକ ରାଲିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ହଟହଟା ହେବାକୁ ପଡିଛି । ସେ ଏକ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ଜଣେ ଲୋକ ହଠାତ ମଞ୍ଚ ଉପରକୁ ଚଢିଯାଇ ହିମନ୍ତଙ୍କ ମୁହଁରୁ ମାଇକ ଛଡାଇ ଆଣିଥିଲେ । ଏହାକୁ ଦେଖି ବିଜେପି ନେତାମାନେ ଚକିତ ହୋଇଯାଇଥିଲେ ।କେବଳ ସେତିକି ନୁହେଁ ଏହି କ୍ରମରେ ଅନ୍ୟ ଅତିଥିମାନେ ଯେତେବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ବ୍ୟକ୍ତିଜଣଙ୍କ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଭିଡି ଯାଇଥିଲେ । ଏସବୁ ଭିତରେ ଅନ୍ୟଲୋକମାନେ ସେହି ଲୋକ ଜଣଙ୍କୁ ଟାଣି ଟାଣି ମଞ୍ଚ ତଳକୁ ନେଇ ଆସିଥିଲେ । ସେପଟେ ହିମନ୍ତ ବିଶ୍ୱଶର୍ମାଙ୍କ ଏହି ରାଲିକୁ ବିରୋଧ କରି ଟିଆରଏସ କର୍ମୀମାନେ ହୋ ହାଲ୍ଲା କରିଥିବା ମଧ୍ୟ ଦେଖିବାକୁ ମିଳିଛି । ବିଜେପି ଅଭିଯୋଗ କରିଛି ସଂପୃକ୍ତ ବ୍ୟକ୍ତି ଜଣଙ୍କୁ ଟିଆରଏସ ତରଫରୁ ପଠା ଯାଇଥିଲା ।

ସୂଚନା ଥାଉକି ହାଇଦ୍ରାବାଦ ଗସ୍ତରେ ଯାଇ ଆସାମ ମୁଖ୍ୟମନ୍ତ୍ରୀ ପ୍ରଥମେ ମହାଲକ୍ଷ୍ମୀ ମନ୍ଦିରରେ ପୂଜା କରିଥିଲେ । ସେଠାରୁ ବାହାରି ସେ ତେଲେଙ୍ଗାନାର ଟିଆରଏସ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ସରକାର କେବଳ ଦେଶ ଓ ଦେଶର ପ୍ରଜାମାନଙ୍କ ହିତରେ ହେବା ଆବଶ୍ୟକ । ସରକାର କେବେ ବି ପରିବାରର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଉଚିତ୍ ନୁହେଁ ।

Related Posts