ଆରଏସଏସକୁ ଗୁରୁ ମାନୁଥିଲେ ନାଗପୁର ଆସନ୍ତୁ ରାହୁଲ, ଆମେ ତାଙ୍କୁ ସ୍ବାଗତ କରିବୁ: ହିମନ୍ତ ବିଶ୍ବ ଶର୍ମା

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ତାଙ୍କୁ ଜବାବ୍ ଦେଇଛନ୍ତି। ସେ କହିଛନ୍ତି ଯଦି, ରାହୁଲ ଆରଏସଏସ ଓ ବିଜେପିକୁ ତାଙ୍କର ଗୁରୁ ବୋଲି ମାନୁଛନ୍ତି, ତେବେ ସେ ନାଗପୁର ଆସିବା ଦରକାର। ସେ ଏହା ମଧ୍ୟ କହିଛନ୍ତି ଯେ, ବିଜେପି ଓ ଆରଏସଏସକୁ ଗୁରୁ ମାନିବା ପରିବର୍ତ୍ତେ ରାହୁଲ ଜାତୀୟ ପତାକାକୁ ଗୁରୁ ବୋଲି ଗ୍ରହଣ କରିବା ଦରକାର ଏବଂ ନାଗପୁର ଯାଇ ଗୁରୁଦକ୍ଷିଣା ଦେବା ଉଚିତ୍‌।।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ଯଦି ରାହୁଲ ବିଜେପିକୁ ଗୁରୁ ବୋଲି ମାନୁଛନ୍ତି, ତେବେ ସେ ନାଗପୁର ଯାଆନ୍ତୁ। ନାଗପୁରରେ ତାଙ୍କୁ ସ୍ବାଗତ କରିବା ପାଇ ଆମେ ଅଛୁ। ସେ ଭାରତ ମାତାର ପତାକା ଆଗରେ ଗୁରୁ ଦକ୍ଷିଣା ଦେବାର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ,’ବିଜେପି ଓ ଆର୍‌ଏସ୍‌ଏସ୍‌ କୁ ମୋର ଗୁରୁ ବୋଲି ମାନୁଛି,କାରଣ ସେମାନେ ମତେ ତାଲିମ ଦେଉଛନ୍ତି। ସେ କହିଛନ୍ତି, “ମୁଁ ଆରଏସଏସକୁ ଧନ୍ୟବାଦ ଦେବାକୁ ଚାହୁଁଛି, କାରଣ ସେମାନେ ମୋତେ ଯେତେ ଟାର୍ଗେଟ କରୁଛନ୍ତି, ତାହା ମୋତେ ଅଧିକ ସାହାଯ୍ୟ କରେ। ମୁଁ ଚାହୁଁଛି ସେମାନେ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହିତ କାମ କରନ୍ତୁ ଯାହା ଦ୍ବାରା କଂଗ୍ରେସ ଦଳ ସେମାନଙ୍କ ଆଦର୍ଶକୁ ଭଲ ଭାବରେ ବୁଝିପାରିବେ।”

Related Posts