କୁଞ୍ଜାପାଲି ଗାଁରେ ଭୟାବହ ଅଗ୍ନକାଣ୍ଡ, ସର୍ବସ୍ୱ ହରାଇଛନ୍ତି ତିନୋଟି ପରିବାର

ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ କୁଞ୍ଜାପାଲି ଗାଁରେ ଭୟାବହ ଅଗ୍ନକାଣ୍ଡ । ଏହି ଅଗ୍ନିକାଣ୍ଡରେ ଛଅ ବଖରା ଘର ଜଳି ସମ୍ପୁର୍ଣ୍ଣ ଭଷ୍ମ ହୋଇଥିବାବେଳେ ସର୍ବସ୍ୱ ହରାଇଛନ୍ତି ତିନୋଟି ପରିବାର । ଗତକାଲି ରାତିରେ ଗାଁର ଟଙ୍କଧର ଭୋଇଙ୍କ ସ୍ତ୍ରୀ ରୋଷେଇ କଲାବେଳେ ହଠାତ ନିଆଁ ଲାଗିଯାଇଥିଲା । ଚାଳ ଘର ହୋଇଥିବାରୁ ନିଆଁକୁ ଆୟତ୍ତ କରିପାରି ନଥିଲେ ପରିବାର ଲୋକେ । ଫଳରେ ତିନୋଟିି ପରିବାରର ଛଅ ବଖରା ଘର ସମ୍ପୁର୍ଣ୍ଣ ପୋଡି ଯିବା ସହ ଅନେକ ମୁଲ୍ୟବାନ ସାମଗ୍ରୀ ଓ ଆସବାବ ପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ଖବରପାଇ ଉଲୁଣ୍ଡା ଓ ବିରମହାରାଜପୁର ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ବ୍ୟାପକ କ୍ଷତି ହୋଇଥିବାବେଳେ ଗୁରୁତର ହୋଇଥିବା ତିନି ଜଣଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Related Posts