୨୦୧୯ର ସାଧାରଣ ଓ ବିଧାନସଭା ନିର୍ବାଚନରେ ବିଜେଡି ଖର୍ଚ୍ଚ କରିଛି ୨୨୮,୫୯,୮୧,୫୮୦ ଟଙ୍କା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୧୯ର ସାଧାରଣ ଓ ବିଧାନସଭା ନିର୍ବାଚନରେ ବିଜେଡି ଖର୍ଚ୍ଚ କରିଛି ୨୨୮,୫୯,୮୧,୫୮୦ ଟଙ୍କା । ଏନେଇ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଳିତ ସପ୍ତାହରେ ଆୟୋଗ ଦ୍ବାରା ଏହି ତଥ୍ୟକୁ ସାର୍ବଜନୀନ କରାଯାଇଛି। ବିଜେଡିର ଉପରୋକ୍ତ ଖର୍ଚ୍ଚର ବିବରଣୀ ଦଳ ଦ୍ବାରା ଅଗଷ୍ଟ ୧୦,୨୦୧୯ ଓ ୨୮,ସେପ୍ଟେମ୍ବର ୨୦୧୯(ପାଟକୁରା) ବିଧାନସଭା ନିର୍ବାଚନକୁ ନେଇ ଆୟୋଗରେ ଦାଖଲ କରାଯାଇଥିବା ବ୍ୟୟ ସଂପର୍କୀତ ରିପୋର୍ଟ ଆଧାରରେ ଉପସ୍ଥାପନ କରାଯାଇଛି। ଆୟୋଗଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ରିପୋର୍ଟରେ ୨୦୧୯ ସାଧାରଣ ନିର୍ବାଚନ ଓ ୪ ରାଜ୍ୟ ବିଧାନସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ବାରା ମୋଟ ୩୦୪୬,୨୪,୬୦,୯୧୩ ଟଙ୍କା ଖର୍ଚ୍ଚ କରାଯାଇଛି। ବିଜେପି ଦ୍ବାରା ସର୍ବାଧିକ ୧୨୬୪,୩୩,୫୭,୭୯୦ ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ କଂଗ୍ରେସ ଦ୍ବାରା ୮୨୦,୮୯,୩୩,୧୫୨ ଟଙ୍କା ଖର୍ଚ୍ଚ କରାଯାଇଛି। ରିପୋର୍ଟରେ ଆଉ ଏକ ଗୁରତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ତାହା ହେଉଛି ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀଙ୍କ ହାରାହାରି ଖର୍ଚ୍ଚର ପରିମାଣ ୫୦,୮୫,୦୧୯ ଟଙ୍କା ୮୨ ପଇସା ରହିଥିବାବେଳେ ଓଡ଼ିଶାର ପ୍ରାର୍ଥୀଙ୍କ କ୍ଷେତ୍ରରେ ନିର୍ବାଚନ ଖର୍ଚ୍ଚ ପରିମାଣ ହାବରାହାରି ୫୩,୪୮,୯୮ ଟଙ୍କା ୧୦ ପଇସା ରହିଥିଲା।

ନିର୍ବାଚନ ଆୟୋଗଙ୍କ ରିପୋର୍ଟରେ ୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାରେ ପ୍ରତିଦ୍ବନ୍ଦିତା କରିଥିବା ୧୭୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୫ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ ବୋଲି କୁହାଯାଇଛି। ସେପଟେ ଦେଶର ୧୦ଟି ଲୋକସଭା ସଂସଦୀୟ କ୍ଷେତ୍ର ଯେଉଁଠାରେ ସର୍ବନିମ୍ନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ସେଥିରେ ଓଡ଼ିଶାର ନବରଙ୍ଗପୁର ସାମିଲ ରହିଥିବାର ରିପୋର୍ଟରେ ଦର୍ଶାଯାଇଛି। ନବରଙ୍ଗପୁରରେ ମାତ୍ର ୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ୪୬ଜଣ ସାଧାରଣ ପର‌୍ୟ୍ୟବେକ୍ଷକ,୨୧ ଜଣ ବ୍ୟୟ ସଂପର୍କିତ ପର‌୍ୟ୍ୟବେକ୍ଷକ ଓ ୧୨ ଜଣ ପୁଲିସ ପର‌୍ୟ୍ୟବେକ୍ଷକ ନିଯୁକ୍ତି କରାଯାଇଥିଲା।୨୦୧୯ ସାଧାରଣ ନିର୍ବାଚନରେ ୪.୧୬ କୋଟି ଟଙ୍କାର (୧.୬୪ ଲକ୍ଷ ଲିଟର ମଦ) ୩.୮୬ କୋଟି ଟଙ୍କା ନଗଦ ତଥା ୦.୧୩ କୋଟି ଟଙ୍କାର ମାଗଣା ଉପହାର ଜବତ କରାଯାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts