ରାଜଧାନୀ ଦିଲ୍ଲୀରେ ଉଠିଲା ମାକ୍ସ ପିନ୍ଧିବା ନିୟମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋହଳ ହେଲା ମାସ୍କ ପିନ୍ଧିବା ନିୟମ | ଆଉ ବାଧ୍ୟତାମୂଳକ ନୁହେ ମାସ୍କ ପିନ୍ଧିବା | ମାସ୍କ ନପିନ୍ଧିଲେ ପଡିବନି ଫାଇନ୍ । ଏପରି ଘୋଷଣା କରିଛନ୍ତି ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି । ( ଡିଡିଏମଏ)

ପୂର୍ବରୁ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ଥିଲା । ଏସବୁ ସ୍ଥାନରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଯାଏଁ ଫାଇନ କଟୁଥିଲା । ହେଲେ ଏଥିରୁ ଦିଲ୍ଲୀବାସୀଙ୍କୁ ମୁକ୍ତି ମିଳିଯାଇଛି । ଡିଡିଏମଏର ସର୍କୁଲାର ମୁତାବକ, ‘ମୁୁହଁରେ ମାସ୍କ ନଥିଲେ ଜରିମାନା ନାହିଁ ଏହାର ଅର୍ଥ ନୁହେଁ ଲୋକେ ମାସ୍କ ପିନ୍ଧିବା ଛାଡିଦେବେ । ଦେଶରେ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ଥିଲେ ବି ବିଦେଶରୁ ତ ଏଯାଏଁ କରୋନାର ଭୟ ଯାଇନି । ତେଣୁ ଭାଇରସର ପ୍ରବେଶ ନେଇ କେହି କିଛି କଳନା କରିବା ଆଗରୁ ଭାରତୀୟଙ୍କୁ ସବୁବେଳେ ସଚେତ ହୋଇ ରହିବାକୁ ପଡିବ । କରୋନା ଥାଉ କି ନଥାଉ ନିଜର ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣ ସ୍ଥାନରେ ମାସ୍କ ଏକ ଉଚିତ ନିଷ୍ପତ୍ତି’ ବୋଲି ଡିଡିଏମଏ ପକ୍ଷରୁ କୁହାଯାଇଛି ।

କହିରଖୁଁ ବ୍ୟକ୍ତିଗତ ସ୍ତରରୁ ମାସ୍କ ନପିନ୍ଧିବା ଉପରୁ ଜରିମାନା ଉଠିବା ପୂର୍ବରୁ ଫେବୃଆରୀରେ ଗାଡି ଚାଳକ ମାନଙ୍କ ଉପରୁ ମାସ୍କ ପିନ୍ଧିବା କଟକଣା ଉଠିଥିଲା । କାରରେ ମଧ୍ୟ ଯାତ୍ରା କରୁଥିବା ସମୟରେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ଫେବୃଆରୀ ୪ ତାରିଖରେ ଘୋଷଣା ହୋଇଥିଲା ।

ଅଧିକାଂଶ ସ୍ଥାନରେ ମାସ୍କ ପିନ୍ଧିବା ଉପରୁ କଟକଣା ହଟିଯାଇଥିଲେ ବି ଏହା ଏବେକାର ଜେନେରେସନ୍ ପାଇଁ ଏକ ଟ୍ରେଣ୍ଡ ପାଲଟିଗଲାଣି । କାରଣ ଏହାଦ୍ୱାରା କରୋନା ଆଉ ଏକ ଫ୍ୟାକ୍ଟର ହୋଇନରହିଲେ ବି ପଲ୍ୟୁସନ୍ ତଥା ଡଷ୍ଟରୁ ମୁକ୍ତି ପାଇଁ ଅଧିକାଂଶ ମାସ୍କ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଆଉ କିଛି ଲୋକଙ୍କ ପାଇଁ ଏକ ଫ୍ୟାସନ ପାଲଟିଛି ।

Related Posts