ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀରେ ମିନେରାଲ ୱାଟର ନାଁରେ ବିକ୍ରି ହେଉଛି ନିମ୍ନମାନର ପାଣି । ତେବେ ପ୍ରବଳ ଖରାରେ ରାଜଧାନୀ ସମେତ ଆଖପାଖ ଅଞ୍ଚଳ ସିଝୁଥିବା ବେଳେ ଏବେ ବାଜରରେ ପୁଳାପୁଳା ଏମିତି ନକଲି ପାଣି ବୋତଲ । ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ନ କରିବ ତାହାକୁ ଏଡାଇ ଦିଆଯାଇନପାରେ । ସେପଟେ ମିନେରାଲ ୱାଟର ତିଆରି ପାଇଁ କିଛି ନିଦ୍ଦିଷ୍ଟ ପରୀକ୍ଷାନିରୀକ୍ଷା କରାଯାଇଥାଏ । ପାଣିକୁ ପ୍ରଥମେ ଭଲ ଭାବେ ବିଶୋଧନ ଓ ଜୀବାଣୁମୁକ୍ତ କରାଯାଇଥାଏ । ୟୁଭି, ଓଜୋନ ଏବଂ ଆରଓ ପ୍ରକ୍ରିୟା କାରାଯାଇଥାଲ । ପାଣି ବଜାରକୁ ଛଡ଼ାଯିବା ପୂର୍ବରୁୁ ଏହାକୁ ଭଲ ଭାବେ ପରୀକ୍ଷା କରାଯାଏ । ଏହିଭଳି ଭାବେ ନାମୀ କମ୍ପାନୀର ପାଣି ବିକ୍ରି ହୋଇଥାଏ । କିନ୍ତୁ କେତେକ ବେନାମୀ କମ୍ପାନୀର ପାଣି ବିକ୍ରି ହୋଇଥାଏ ।

କିନ୍ତୁ କେତେକ ବେନାମୀ କମ୍ପାନି ଏଭଳି ପ୍ରକ୍ରିୟାକୁ ଅନୁକରଣ କରି ନଥାନ୍ତି । ଫଳରେ ପାଣିର ମାନ ନେଇ ମଧ୍ୟ ପ୍ରଶ୍ନ ଉଠିଥାଏ । ରାଜଧାନୀ ମଞ୍ଚେଶ୍ୱର ଓ ଚନ୍ଦକା ଶିଳ୍ପାଞ୍ଚଳ, ଉପକଣ୍‌ଠ ବାଲି ଅନ୍ତା, ପାତ୍ରପଡ଼ା, ଭୁବନେଶ୍ୱର-ପୁରୀ ରାସ୍ତାରେ କେତେକ ବେନାମୀ କମ୍ପାନୀ ଏଭଳି ପାଣି ପ୍ରସ୍ତୁତ କରୁଛନ୍ତି । ମେସିନ ବସାଇ ପାଣି ତିଆରି କରି ବଜାରକୁ ଛାଡ଼ୁଛନ୍ତି । ରାଜଧାନୀ ସମେତ ଉପକଣ୍ଠ ଅଞ୍‌ଚଳ, କଟକ, ଖୋର୍ଦ୍ଧାରେ ଏଭଳି ପାଣି ପ୍ରବଳ ମାତ୍ରାରେ ବିକ୍ରି ଚାଲିଛି । କେବଳ ପାଣି ନୁହେଁ ବରଂ ଅପମିଶ୍ରିତ ମୃଦୁପାନୀୟ ମଧ୍ୟ ବଜାରକୁ ଆସୁଛି । ଯାହା ଲୋକଙ୍କ ଜୀବନ ପ୍ରତି ଆହୁରି ବିପଜ୍ଜନକ ଅଟେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।