ଯେତେ ଶୀଘ୍ର ରାଜ୍ୟ ସରକାର ଜମି ଯୋଗାଇ ଦେବେ; ସେତେ ଶୀଘ୍ର ରେଳପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଲକାନଗିରି ଗସ୍ତରେ ଅଛନ୍ତି କେନ୍ଦ୍ରିୟ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ମଧ୍ୟରେ ରେଳମନ୍ତ୍ରୀ ବଡ଼ ଘୋଷଣା କରିଥିବାର ଦେଖିବାକୁ ମିଳିଛି । ତେବେ ନବରଙ୍ଗପୁରରୁ ଜୁନାଗଡ ଯାଏଁ ହେବ ରେଳ ଲାଇନ ସଂଯୋଗୀକରଣ । ଏଥିପାଇଁ ସର୍ଭେ କାମ ଶେଷ ହୋଇଛି । ମାଲକାନଗିରି ଗସ୍ତରେ ଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି । ପରେ ସାମ୍ବାଦିକ ସମ୍ମିଳନୀ କରି ଅଶ୍ବିନୀ ବୈଷ୍ଣବ କହିଥିଲେ ମାଲକାନଗିରି ରେଳ ପ୍ରକଳ୍ପକୁ ମାଲକାନଗିରିଠାରୁ ଭଦ୍ରାଚଳମ ପର‌୍ୟ୍ୟନ୍ତ ସଂପ୍ରସାରଣ କରାଯିବ ଓ ନବରଂଗପୁର ଠାରୁ ଜୁନାଗଡ ପର‌୍ୟ୍ୟନ୍ତ ନୂତନ ସଂଯୋଗୀକରଣ ପାଇଁ ବ୍ଲୁପ୍ରିଣ୍ଟ କରାଯାଇଛି, ଯାହାଦ୍ବାରା ଭଦ୍ରାଚଳମରୁ ଜୁନାଗଡ ପର‌୍ୟ୍ୟନ୍ତ ରେଳବାଇର ନୂତନ କରିଡର ପ୍ରତିଷ୍ଠା ହୋଇପାରିବ।

ଯେତେ ଶୀଘ୍ର ରାଜ୍ୟ ସରକାର ଜମି ଯୋଗାଇ ଦେବେ ସେତେ ଶୀଘ୍ର ରେଳପ୍ରକଳ୍ପ କାର‌୍ୟ୍ୟ ତରାନ୍ବିତ ହେବ। ଏହାସହ ଜିଲ୍ଲାରେ ୩୦୬ଟି ମୋବାଇଲ ଟାଵାର, ଜିଲ୍ଲାର ୩୬୩ ଗ୍ରାମର ଘର ଘକୁ ପାନୀୟ ଜଳ ପହଞ୍ଚାଯାଇଛି। ମାଲକାନଗିରି ଡାକଘର ଦୁର୍ନୀତିକୁ ନେଇ କେନ୍ଦ୍ର ସରକାର ୮୦ ପ୍ରତିଶତ ଜମାକାରୀଙ୍କୁ ସେମାନଙ୍କର ଟଙ୍କା ଫେରାଇଥିବା ବେଳେ ଏହି ଦୁର୍ନୀତିରେ ଜଡ଼ିତ ଥିବା ୨୨ ଜଣ ଲୋକଙ୍କ ଉପରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯାଇଛି। ଆଗାମୀ ଦିନରେ ଡାକଘର , ଡାକଘର ହୋଇ ନରହି ବ୍ୟାଙ୍କର ରୂପ ନେବାକୁ ଯାଉଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts