ଓଡ଼ିଶାରେ ପୁଣି ୧୦ ହଜାର ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟାରେ ୯୫୪୧ ପଜିଟିଭ ଚିହ୍ନଟ, ୩୩ ମୃତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବାତ୍ୟା ‘ୟାସ୍‌’ ଯୋଗୁ ଟେଷ୍ଟିଂ କମ୍ ଥିବାରୁ ଗତ ତିନି ଦିନ ଧରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ତଳେ ରହିଥିଲା। ପୁଣି ଥରେ ଟେଷ୍ଟିଂ ସ୍ବାଭାବିକ ହେବା ପରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୫୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩୪୩ ଜଣ ସଙ୍ଗରୋଧରେ ଥିବା ବେଳେ ବାକି ୪୧୯୮ଟି ଲୋକାଲ୍ କେସ୍‌ ରହିଛି। ସେହିପରି ଗତ କାଲି ଆଉ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧୬, ମୟୂରଭଞ୍ଜରୁ ୬୯୫, ସୁନ୍ଦରଗଡ଼ରୁ ୫୯୫, ଅନୁଗୋଳରୁ ୫୬୨, ପୁରୀରୁ ୫୨୮, ବାଲେଶ୍ୱରରୁ ୩୦୨ ଜଣ ,ବରଗଡ଼ରୁ ୨୮୪, ଭଦ୍ରକରୁ ୪୬୪, ବଲାଙ୍ଗିରରୁ ୧୦୧, ବୌଦ୍ଧରୁ ୧୭୭, ଦେବଗଡ଼ରୁ ୬୧, ଢେଙ୍କାନାଳରୁ ୧୧୭, ଗଜପତିରୁ ୬୯, ଗଞ୍ଜାମରୁ ୧୫୦, ଜଗତସିଂହପୁରରୁ ୨୯୯, ଯାଜପୁରରୁ ୪୮୯, ଝାରସୁଗୁଡ଼ାରୁ ୧୪୦, କଳାହାଣ୍ଡିରୁ ୩୧୫, କନ୍ଧମାଳରୁ ୧୦୭, କେନ୍ଦ୍ରାପଡ଼ାରୁ ୧୧୪, କେନ୍ଦୁଝରରୁ ୧୭୭, କୋରାପୁଟରୁ ୨୧୫, ମାଲକାନଗିରିରୁ ୧୨୩, ନବରଙ୍ଗପୁରରୁ ୨୫୪, ନୟାଗଡ଼ରୁ ୨୩୦, ନୂଆପଡ଼ାରୁ ୫୦, ରାୟଗଡ଼ାରୁ ୧୬୪, ସମ୍ବଲପୁରରୁ ୨୨୯ , ସୋନପୁର ଜିଲ୍ଲାରୁ ୨୪୫ ଜଣ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୨୨୭ ଜଣ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪ରେ ପହଞ୍ଚିଛି। ତେବେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୫୮ ହଜାର ୬୪୬ ଜଣ ସୁସ୍ଥ ହୋଇସାରିଛନ୍ତି। ୯୫ ହଜାର ୨୬୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୩୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୧୯କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫ ଜଣ ଏବଂ ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ କଟକ, ଦେବଗଡ଼, ଗଜପତି, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି।

Related Posts