
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ତିନି ବର୍ଷ ମଧ୍ୟରେ ରାଜନୈତିକ ହିଂସା କାରଣରୁ ୨୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ମଙ୍ଗଳବାର ଦିନ କେନ୍ଦ୍ର ସରକାର ଲୋକସଭାରେ ସୂଚନା ଦେଇଛନ୍ତି। ୨୦୧୭ ରୁ ୨୦୧୯ ମଧ୍ୟରେ ୨୩୦ ଜଣ ଲୋକଙ୍କର ରାଜନୈତିକ ହତ୍ୟା ଘଟିଥିବା ନେଇ ମଙ୍ଗଳବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ ସୂଚନା ଦେଇଛନ୍ତି।
ରାଜନୈତିକ ହିଂସା ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମଧ୍ୟରେ ଝାଡଖଣ୍ଡରେ ୪୯, ପଶ୍ଚିମବଙ୍ଗରେ ୨୭ ଏବଂ ବିହାରରେ ୨୬ ଜଣ ଅଛନ୍ତି।
୨୦୧୭ ରେ ରାଜନୈତିକ ହିଂସା ଯୋଗୁଁ ଦେଶରେ ୯୯ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୨୦୧୮ ରେ ୫୯ ଜଣଙ୍କୁ ହତ୍ୟା କରାଯାଇଥିଲା। ଏବଂ ୨୦୧୯ ରେ ୭୨ ଜଣ ଲୋକ ରାଜନୈତିକ ହିଂସା ଘଟଣାରେ ମୃତ୍ୟୁ ବରଣ କରିଥିବା ନେଇ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସାଂସଦରେ ସୂଚନା ଦେଇଛନ୍ତି । ଏନସିଆରବି ୨୦୧୭ ମସିହାରୁ ବିଭିନ୍ନ ରାଜ୍ୟରେ ଘଟୁଥିବା ‘ରାଜନୈତିକ ହତ୍ୟା ସମ୍ପର୍କିତ ତଥ୍ୟ ତଥ୍ୟ ସଂଗ୍ରହ କରୁଛି।
୨୦୧୭ ରୁ ୨୦୧୯ ମଧ୍ୟରେ ହୋଇଥିବା ରାଜନୈତିକ ହତ୍ୟାକାଣ୍ଡ ମଧ୍ୟରେ କର୍ଣ୍ଣାଟକରେ ୨୪ , କେରଳ ଏବଂ ମହାରାଷ୍ଟ୍ରରେ ୧୫ ଟି ଲେଖାଏଁ ମୃତ୍ୟୁ ଘଟିଥିବା ନେଇ ମାମଲା ରୁଜୁ ହୋଇଥିବା ନେଇ ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ୨୦୧୮ ରେ ସର୍ବାଧିକ ୧୩ଟି ରାଜନୈତିକ ହତ୍ୟା ଘଟଣା ପଶ୍ଚିମବଙ୍ଗରେ ହୋଇଥିବା ନେଇ ସୂଚନା ମିଳିଛି।
୨୦୧୭ରେ ଝାଡଖଣ୍ଡ ସର୍ବାଧିକ ୪୨ ଟି ରାଜନୈତିକ ହତ୍ୟାକାଣ୍ଡ ରେକର୍ଡ କରାଯାଇଥିଲା। ଯାହାକି ସାରା ଦେଶର ୪୩% ଥିଲା। ଏହା ବ୍ୟତୀତ ୨୦୧୯ ରେ ୬୧ ଟି ରାଜନୈତିକ ହତ୍ୟା ମାମଲା ରେକର୍ଡ କରାଯାଇଥିଲା ଯେଉଁଥିରେ ୭୨ ଜଣ ପୀଡିତ ଥିଲେ। 2018 ରେ, ରାଜନୈତିକ ହିଂସା ଯୋଗୁଁ ୫୪ ଜଣଙ୍କର ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୫୯ ଜଣଙ୍କୁ ହତ୍ୟା କରାଯାଇଥିଲା। ସେହିପରି ୨୦୧୭ ରେ, ୯୯ ଜଣଙ୍କ ହତ୍ୟା ହୋଇଥିବା ବେଳେ ୯୮ ଟି ମାମଲା ରୁଜୁ ହୋଇଥିଲା। ତେବେ ୨୦୧୯ ବର୍ଷର ରାଜ୍ୟ ସରକାର ମାନେ ସଠିକ୍ ସମୟରେ ତଥ୍ଯ ପ୍ରଦାନ କରିନଥିବାରୁ ଉଭୟ ବର୍ଷର ସଂଖ୍ୟା ସମାନ ଥିବା କୁହାଯାଇଛି।