ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ: ଭାସିଗଲେ ଜଣେ ଯୁବକ

ପୁରୀ : ପୁରୀ ସମୁଦ୍ରରେ ଅଘଟଣ । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀ ରେ ଭକ୍ତ ଙ୍କ ଭିଡ଼ ଜମୁଥିବା ପୁରୀ ସମୁଦ୍ରରେ ଅଘଟଣ ଘଟିଛି । ଗଭୀର ସମୁଦ୍ରରେ ଭାସି ଯାଇଛନ୍ତି ଜଣେ ଯୁବକ। ନିଖୋଜ ଯୁବକ ହେଲେ ଯାଜପୁର ଜିଲ୍ଲା ମାଳ ସାହି ଅଞ୍ଚଳର ଆୟୁଷ ଜେନା । ତାଙ୍କ ବୟସ ୧୬ ବର୍ଷ ବୋଲି ଜଣାପଡିଛି ।

ଆୟୁଷ ପରିବାର ସହ ଚୈତନ୍ୟ ଛକ ବେଳାଭୂମି ସେକ୍ଟର ୯ରେ ସ୍ନାନ କରୁଥିବା ବେଳେ ବୁଡି ଯାଇଥିଲେ । ଫଳରେ ସେ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡଙ୍କ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

Related Posts