ଅଲୋଡା ଶିଶୁ କନ୍ୟା: କେନ୍ଦୁଝର ଜିଲ୍ଲା କୁଣ୍ଡୁଳା ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର

ପାଟଣା : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଜଙ୍ଗଲ ମଧ୍ୟରୁ ଉଦ୍ଧାର ହେଲା ଶିଶୁ କନ୍ୟା । କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଣ୍ଡୁଳା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଗାଁ ନିକଟ ଜଙ୍ଗଲରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଗାଁ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଗାଁର କିଛି ଲୋକ ସୋମବାର କାଜୁ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ଗାଁରେ ଜଣାଇବା ପରେ ଆଶା ଦିଦି ଡାଲିମ୍ବ ମହାନ୍ତ ଗ୍ରାମବାସୀଙ୍କ ସହଯୋଗରେ ଶିଶୁଟିକୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଶିଶୁଟି ଦୁଇ ତିନି ଦିନ ପୂର୍ବରୁ ଜନ୍ମ ହୋଇଥିବା ଜଣା ପଡୁଥିବା ଆଶା ଦିଦି କହିଛନ୍ତି । ତେବେ କିଏ ଏବଂ କାହିଁକି କେଉଁ ପରିସ୍ଥିତିରେ ନବଜାତ ଶିଶୁ କନ୍ୟାକୁ ଏଠାରେ ଛାଡ଼ି ଚାଲିଗଲା ତାହା ସ୍ପଷ୍ଟ ହୋଇନାହିଁ । ଉଦ୍ଧାର ପରେ ଶିଶୁଟିକୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି ।

Related Posts